STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

କମଳ କହୁଛି ରେଜେଇକୁ

କମଳ କହୁଛି ରେଜେଇକୁ

1 min
166

   (ରମ୍ୟ ରଚନା)

କମଳ କହୁଛି ରେଜେଇକୁ

  ଚାଲ୍ ଯିବା ଆମେ ଶୋଇବାକୁ 

ଆମଠେଇ ଆଉ କାମ କିଛି ନାହିଁ 

  ମାନିବାକୁ ହେବ ନିୟମକୁ।(୦)


ଶୀତର ପ୍ରକୋପ ସରିଗଲା 

ତା'ବାଟରେ ସିଏ ଚାଲିଗଲା 

ଶୀତ ସହିତରେ ଆସିଥିଲୁ ଏବେ

ଡିମାଣ୍ଡ ଆମର କମିଗଲା।


ବରଷକ‌ ବାରମାସରେ ସଙ୍ଗାତ

  ପୁଣି ଛ‌ଅଗୋଟି ଋତୁ 

ସେ ଋତୁମାନଙ୍କ ମଧ୍ୟେ ଋତୁରାଜ

  ବସନ୍ତ ଆସିଲା କିନ୍ତୁ।


ଋତୁଚକ୍ର ନେଇ ସମୟ ବଦଳେ

  ଶୀତ ତାପ ବର୍ଷା ଖରା 

ପ୍ରକୃତି ଇଙ୍ଗିତେ ଏ ଜୀବ ଜଗତ

  ସମ୍ପର୍କରେ ବସୁନ୍ଧରା।


ପରିବର୍ତ୍ତନ ତ ସଂସାର ନିୟମ

  ଦିନ ପରେ ଯେହ୍ନେ ରାତି  

ଶୀତ ଉଷୁମର ଅନୁଭବ ମାତ୍ର

  ମଣିଷ କରୁଛି ଏଠି।


ଶୀତ ଏବେ ଫେରିଯାଉଛି ଦୂରକୂ

  ପଛକୁ ସେ ଚାହିଁ ଚାହିଁ 

କୋଇଲି ଥଣ୍ଟରେ ବସନ୍ତ ଆସୁଛି

  ମଳୟ ପରଶ ଦେଇ।


ଜାଗର କି ଦୋଳ ଭଲକି ଆସିନି

  ଉତ୍ତାପ ବଢିଗଲାଣି 

ତେଣୁ ପଙ୍ଖା ଏସି‌ କୁଲର ଫ୍ରିଜ୍‌ଙ୍କ

  ସଭା ବସି ସାରିଲାଣି।


ଆଗକୁ କିପରି ଠିକ୍ ଠାକ୍ ଭାବେ

  ନିଜ ଡିୟୁଟି କରିବେ 

ମଣିଷ ମାନଙ୍କୁ ଯେ ଅଂଶୁଘାତରୁ 

  ଉଦ୍ଧାର କରିପାରିବେ।


ପଙ୍ଖାମାନେ କଥା ଦେଇ ସାରିଛନ୍ତି

  ଦିନରାତି ଘୂରୁଥିବେ‌ 

କୁଲର ଫ୍ରିଜ୍‌ ଏସିମାନେ‌ ପୁଣି

  ଯେଝା‌ କାମ କରୁଥିବେ‌।


କେହି ତ କାହାରି କାର୍ଯ୍ୟେ ଅବହେଳା

  କେବେ ବି କରିବେ ନାହିଁ 

ଯିଏ ବି କରିବ ସେ ଦଣ୍ଡ ଭୋଗିବ

  ଏଗ୍ରିମେଣ୍ଟ ଅଛି ହୋଇ।


ଥଣ୍ଡା କମ୍ପାନୀର ଭାଉ ବଢିଯିବ

  ବ୍ୟବସାୟ ଦ‌ଉଡିବ 

ବାହା କୁଣିଆଙ୍କ‌ ଲସି କୋଲ୍‌ଡ୍ରିଙ୍କ୍

  ପିଇବାକୁ ଇଚ୍ଛା ହେବ।


ବାହାରକୁ ଗଲେ ଛତା ଓ ଚଷମା

  ପାଣି ସଙ୍ଗେ ନେଲେ ଭଲ 

ମଧ୍ୟାହ୍ନ ବେଳରେ ଡହକ ତାତିରେ‌

  କେବେ ଛାଡନାହିଁ ଘର।


ଦହି ସରବତ ପଖାଳ ତୋରାଣି

  ଆଗକୁ ପ୍ରସ୍ତୁତ କର 

ତାପମାତ୍ରା ଏବେଠାରୁ ବଢୁଅଛି‌

  ଆସେ ଅଂଶୁଘାତ ବେଳ। 


କର୍ମମୟ ଏଇ ଜୀବନ ପଥରେ

  ସର୍ବେ ନିଜ କର୍ତ୍ତବ୍ୟରେ 

ଅଭିନୟ ପାଇଁ ଆସିପହଞ୍ଚନ୍ତି

  ଦୁନିଆଁ ରଙ୍ଗମଞ୍ଚରେ।


କମଳ ଭଳିଆ ସମସ୍ୟା ରହିଛି

  ରୁମ ସାଲୁବାଲୁ‌ ଭରି 

ରେଜେଇ ଭଳିଆ ସମାଧାନ ଅଛି

  ସୁଖ ନିଦ ଦେବ ବୋଲି।


ରାଜନେତା ସଙ୍ଗେ ବଡ଼ି ଗାର୍ଡ ଥାଏ

  ତାଙ୍କର ସୁରକ୍ଷା ପାଇଁ 

ମଣିଷମାନଙ୍କ ସୁରକ୍ଷା ସ‌ଇନ

  ଆମେମାନେ ଅଟୁ ଭାଇ।


ଶୀତ ବେଳେ ପୁଣି କମଳ ରେଜେଇ

  ଖରାବର୍ଷା ବେଳେ ଛତା 

ବିଭିନ୍ନ ରୂପରେ ସେବକ ଆମେରେ

  ଯେସନେ ବାଆକୁ‌ ବତା।


ପର ଉପକାର ସବୁଠାରୁ ବଡ଼

  କର୍ତ୍ତବ୍ୟ ଏ ଜୀବନର  

ଜୀବଜଗତର ସୁରକ୍ଷା ପାଇଁକି

  ଋତୁଚକ୍ର ପ୍ରକୃତିର‌।


ସୁନ୍ଦର ପୃଥିବୀ ଯିଏ ଗଢ଼ିଛନ୍ତି

  ତାଙ୍କୁ ବାବୁ ଚିନ୍ତାକର 

ଏ ଭବ ସାଗରୁଁ ସେ ଏକା ତାରିବେ

  ଦୁଃଖ ହୋଇଯିବ‌ ଦୂର।


ତେଣୁ କମଳ କହୁଛି ରେଜେକୁ

  ଚାଲ୍ ‌ଟିକେ ଯିବା ବୁଲିବାକୁ 

ମନ ବଳିଲାଣି ତୁଳସୀ କ୍ଷେତ୍ରରେ

  ବଡଠାକୁରଙ୍କୁ ଦେଖିବାକୁ 

 କମଳ କହୁଛି ରେଜେଇକୁ ......



Rate this content
Log in

Similar oriya poem from Comedy