STORYMIRROR

Lizalin Biswal

Tragedy

2  

Lizalin Biswal

Tragedy

କଳାକାର

କଳାକାର

1 min
372




କେଉଁ ଗୋଟେ ନିର୍ଦ୍ଦିଷ୍ଟ ଦିନଠୁ

ଅଟକି ଯାଇଛି ଅନେକ କିଛି

ଅଟକି ଯାଇଛି ମୁଁ।


ଅପର୍ଯ୍ୟାପ୍ତ ଟଙ୍କାର ମାଲିକ ପରି

ଦିଶୁଛି ପାହାଡ଼ର ସକାଳୁଆ ମୁହଁ

ଭୁଲ୍ ଲାଇନରେ ଷ୍ଟେସନ ଛାଡିଥିବା ଟ୍ରେନ୍ ର ଦଶା

ମୁଁ ଭୋଗୁଛି ମୋ ଭିତରେ।


ଯିଏ ଚଖେଇଲା ଫୁଲଠୁ କଅଁଳ ରାତି

ସିଏ ଖେଂଚ ଲଗେଇ ସେଦିନୁ ଫେରାର

ନୂଆ ବନାରସୀ ପାଟରେ ଚାଖଣ୍ଡେ ଚିରା

ଦୂର୍ଭାଗ୍ୟ, ରଫୁ ପାଇଁ ସୂତା ନିଅଣ୍ଟ।


ପାଦତଳ ମାଟି ଏବେ ରଙ୍ଗମଂଚ

ମୁଁ ଗୋଟେ ରଙ୍ଗହୀନ କଳାକାର।


ସତ କହିଲ

ମୋର ଏ ନିରୋଳାପଣ

ତୁମକୁ କ'ଣ କେବେ ଅଥୟ କରିନି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Lizalin Biswal

Similar oriya poem from Tragedy