କିଏ ଦେଖିଛ ସେ କାଲିକି
କିଏ ଦେଖିଛ ସେ କାଲିକି
କିଏ ଦେଖିଛ ସେ କାଲିକି
କାଲି ଖୋଜି ଖୋଜି ଏ ଜୁବ ସମାଜ
ଆପାଣାଏ ଚୋରା ବାଲି କି
କିଏ ଦେଖିଛ ସେ କାଲି କି
ନିଶାସକ୍ତ ଆଜି ଲୋଭିତ ସମାଜ
ମରୀଚିକା ପଛେ ଧାଇଁ କି
ସ୍ୱାମୀ ସାଜେ ଏଠି ଛଡା ତୁଳସୀ ଟେ
ମତୁଆଲି ସ୍ତ୍ରୀ ପାଇଁ କି
କିଏ ଦେଖିଛ ସେ କାଲିକି
ବୁଢା ବାପାର ଯେ ଆତ୍ମହରା କୋହ
ଦି ଓଳା ଦି ମୁଠା ପାଇଁ କି
ପୁଅ ବୋହୂଙ୍କର ପାର୍କ ବୁଲିବା
ସରାଗ ଯେ କମୁ ନାହିଁ କି
କିଏ ଦେଖିଛ ସେ କାଲିକି
ରାତି ଅନ୍ଧାର ରେ ଦିନ ଲୁଚି ଯାଏ
କାଲିକୁ ଦେଖିବା ପାଇଁ କି
କାଲି ବୋଲି କିଛି ଦୁନିଆଁରେ ନାହିଁ
ସବୁ କିଛି ଆଜି ପାଇଁ କି
କିଏ ଦେଖିଛ ସେ କାଲିକି