Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶାନ୍ତନୁ କୁମାର ରାଉତ

Abstract

4.8  

ଶାନ୍ତନୁ କୁମାର ରାଉତ

Abstract

🌹🌹🌹ଗୋଲାପ ଦିବସର ଅଭିନନ୍ଦନ🌹🌹

🌹🌹🌹ଗୋଲାପ ଦିବସର ଅଭିନନ୍ଦନ🌹🌹

1 min
261


ସୁନ୍ଦର ଠୁ ବେସି ସୁନ୍ଦର ଦିଶେ ଲୋ

ନାଲି ଚେହେରାଟି ତୋର

ସେଥି ଲାଗି ବୋଧେ ପ୍ରିୟ ପାତ୍ର ଅଟୁ

ପ୍ରେମିକ ପ୍ରେମିକା ଙ୍କର

ଗୋଲାପ ଫୁଲର ବାସ୍ନା ନାହିଁ ହେଲେ

ଦେଖିବାକୁ କେଡେ ସୁନ୍ଦର

ମନ୍ଦିର ରେ ସିଏ ପୂଜା ପାଏ ନାହିଁ

ପୂଜା ପୂଜ୍ୟ ହୃଦୟର

ହୃଦୟ ଗର୍ଭରେ ଆଙ୍କି ଦିଏ ସିଏ

ପ୍ରତି ଛବି କେତେ କାହାର

ଅଙ୍କା ଛବି ଯେତେ ନିଜର ହେଲେବି

କିଛି ହୁଏ ସାତ ପର

ଆଖିର ଇସାରା ଆଖିକୁ ହିଁ ଜଣା

ମନର ଇସାରା ମନ

ପ୍ରେମର ଇସାରା ଗୋଲାପ ଫୁଲ ଯେ

ଚିରକାଳ ଚିର ଦିନ

କେବେ ଦିଏ ସିଏ ଅସୀମ ଆନନ୍ଦ

ଆଉ କେବେ ଦିଏ କଷ୍ଟ

କେବେ କରେ ପ୍ରେମ ସାଫଲ୍ୟ ମଣ୍ଡିତ

କେବେ କରେ ପୁଣି ନଷ୍ଟ


Rate this content
Log in