STORYMIRROR

ଶାନ୍ତନୁ କୁମାର ରାଉତ

Abstract

2  

ଶାନ୍ତନୁ କୁମାର ରାଉତ

Abstract

ଶ୍ରାବଣର ଧାରା

ଶ୍ରାବଣର ଧାରା

1 min
92

ଅଶାନ୍ତ ସହରେ ସାନ୍ତର ପ୍ରତୀକ

ଶାନ୍ତିରେ ଯାଉଛ ରହି

ଶ୍ରାବଣର ଧାରା ବରଷି ପାରୁନ

କେତେ ଦୂରେ ଅଛ ରହି

କେତେ ଜୀବ ଜନ୍ତୁ କେତେ ତରୁ ମାଳ

ଅଛନ୍ତି ତୁମରି ବାଟକୁ ଚାହିଁ

ଚାଷୀ ଭାଇଟିର ଅନ୍ତରର ବ୍ୟଥା

ବୁଝିବାକୁ କେହି ନାହିଁ

ଫୁଲଟି ଦେହରେ ଶିରେ ଶିରେ ମହୁ

ଦେହରେ ଯାଉଛି ରହି

ପାଗଳ ଭ୍ରମର ଦଂଶନକୁ ଡର

ପାରେନା କାହାକୁ କହି

ପ୍ରଜାପତିଟିର ଅସରନ୍ତି ଇଚ୍ଛା

ଫୁଲରେ ବସିବା ପାଇଁ

ଫୁଲ ପ୍ରଜାପତି ସର୍ବେ ଅସ୍ତ ବ୍ୟସ୍ତ

ତୁମର ଦର୍ଶନ ନାହିଁ

ତୁମ ଆଗମନ ଚକ୍ଷୁର ସପନ

ସପନରେ ଯାଏ ରହି

ଅଶାନ୍ତ ସାହରେ ଶାନ୍ତିର ପ୍ରତୀକ

ଶାନ୍ତିରେ ଯାଉଛ ରହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract