STORYMIRROR

Anil Kumar Sahoo

Romance Tragedy

3  

Anil Kumar Sahoo

Romance Tragedy

କିଛି ଆଶା

କିଛି ଆଶା

1 min
196

ତୁମକୁ ମୁଁ ଚିହ୍ନି ନଥିଲି 

କି ଜାଣି ନଥିଲି  

ହଠାତ ତୁମେ ଦେଖା ହେଲ 

ଗପି ଗଲି କେତେ କଥା l

ଆଉ ଦେଇଗଲ 

କେତେ ଉପଦେଶ ଆଉ କିଛି ଆଶା ll

ସେଦିନୁ ମୁଁ ଖୋଜୁଛି ତୁମକୁ  

ମୋ ଆଖିର ଲୁହରେ 

ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ l

ମୋ ମନ କହୁଛି  

ତୁମେ ବସିଥିବ ଚୁପ ଚାପ 

କେହି ନଥିବା ତୁମ ଅଗଣାରେ l

ଆଉ ଅଜଣାରେ ଖୋଜୁଥିବ 

ସ୍ମୃତିର ଶାମୁକା ସବୁ 

ଭଲପାଇବାର ଗଭୀର ସମୁଦ୍ରରୁ ll

ସଂଧ୍ୟା ହେଲେ 

ସୂର୍ଯ୍ୟ ଲୁଚିଯାଏ ପଶ୍ଚିମ ଆକାଶରେ l

ଖାଲି ମନ ଭରିଯାଏ 

ଆଶ୍ୱାସନା ଓ ସାନ୍ତ୍ୱନା ଦେଇ  

ତୁମେ ଫେରି ଆସିବାର ସନ୍ଦେଶ ନେଇ ll



Rate this content
Log in

Similar oriya poem from Romance