STORYMIRROR

Anil Kumar Sahoo

Tragedy

3  

Anil Kumar Sahoo

Tragedy

ମନେ ପଡେ

ମନେ ପଡେ

1 min
178

ଦିନଥିଲା ...

ତୁମ ମୁହଁକୁ ଦେଖିଲେ

ଫୁଟିଥିଲା କଇଁ  

ବେଳେବେଳେ ସୂର୍ଯ୍ୟ ମଧ୍ୟ

ପଡୁଥିଲା ନଇଁ l

ସାଙ୍ଗ ହେଇ ଚାଲିଗଲେ 

ଝରୁଥିଲା ଫୁଲ  

ଖୁସି ହେଇ କେତେ ତୁମେ 

କରୁଥିଲ ଗେଲ l

ତୁମେ ହସିଦେଲେ ରାତି କଟୁ ଥିଲା 

ପୁଣି ରାଗିଗଲେ ଦିନ ସରୁଥିଲା 

କହିବି କେମିତି  

ତୁମ ବିନା ସମୟଟା କିପରି କଟୁଥିଲା ll


ହେଲେ ଆଜି ...

କହିବାକୁ ଅଛି କେତେ 

ଅସରନ୍ତି କଥା  

ପାରୁନି ଜଣାଇ ତୁମକୁ 

ନିଜ ମନର ବ୍ୟଥା l

ଏବେ ତୁମେ ନାହଁ ହେଲେ

ରହିଛି ତୁମ ସ୍ମୃତି  

ଭାବି ଭାବି କଟାଉଛି 

ସବୁ ଦିନ ରାତି l

ତୁମେ ଦେଖାଦିଅ କେବେ ସ୍ୱପ୍ନରେ 

ପୁଣି ଲୁଚିଯାଏ କେବେ ଜହ୍ନରେ 

ଖୋଜିବି କେମିତି  

ଦିନ ହେଲେ ଜହ୍ନ ଲୁଚିଯାଏ ସୂର୍ଯ୍ୟ ଆଲୁଅରେ ll     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy