STORYMIRROR

Anil Kumar Sahoo

Romance Tragedy Classics

3  

Anil Kumar Sahoo

Romance Tragedy Classics

ବିଚ୍ଛେଦ

ବିଚ୍ଛେଦ

1 min
171

ନିର୍ଜନ ଶୂନଶାନ ମଧ୍ୟାହ୍ନରେ

ଚାଲୁଛି ମୁଁ ଏକା ଏକା ଅସରନ୍ତି ରାସ୍ତାରେ l

କାହାକୁ ଖୋଜୁଛି , କୁଆଡେ ଯାଉଛି

ପାଇବି କି ନାହିଁ ତାହା ମୁଁ ଜାଣିନି l

ଜାଣିନି ମୁଁ ରାସ୍ତା ର ଆଦି କି ଅନ୍ତ

ତଥାପି ମୁଁ ଚାଲିଛି କାହାକୁ ପାଇବାର ଆଶା ରେ l

ବନର ହରିଣ ମରୀଚିକା ପଛରେ ଗୋଡ଼ାଇବା ଭଳି

ମୁଁ ବି ଚାଲିଛି ଅବିରତ ଗତିରେ

ସତେ ଯେପରି ହଜିଯିବି ଦୂର ଦୁରାନ୍ତ ଦିଗବଳୟ ରେ l

ଶୂନଶାନ ରାସ୍ତାରେ , ନିସଙ୍ଗ ପଥିକଟିଏ ହୋଇ

କାହାର ଛାୟା କୁ ଅନୁସରଣ କରିଚାଲିଛି l

କାହାର ଉତପ୍ତ ସ୍ପର୍ଶରେ ମୁଁ

ଆଶ୍ୱସ୍ତ ଲାଘବ କରୁଛି l

କାହିଁ ଦୁରୁ ସ୍ପଷ୍ଟ ଦିଶୁଚି ପ୍ରଦୀପର ଆଲୋକ ଟିଏ

ମନରେ ଭରିଦଉଛି ଅପୂର୍ବ ଉନ୍ମାଦନା

ଆଉ ପଛରେ ଛାଡି ଯାଉଛି ମୁଁ କ୍ଷତାକ୍ତ ପାଦଚିହ୍ନ l

ତଥାପି ମୁଁ ହାର ମାନିନି , କ୍ଲାନ୍ତ ହେଇନି

ମନର ଅବଶେଷ କୁ ଭୁଲି

ନିଜ ଲକ୍ଷ ପଥରେ ଆଗେଇ ଚାଲିଛି l

ନିଜକୁ ହାରାଇବାକୁ ମନସ୍ତ କରିସାରିଛି

ତଥାପି ମୁଁ ଖୋଜି ଚାଲିଛି କାହାକୁ ପାଇବାର ଆଶାରେ

ଦୂର ଦିଗବଳୟର ଅନ୍ତରାଳରେ l


Rate this content
Log in

Similar oriya poem from Romance