STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଖୁସି ହେବାର ଅଛି

ଖୁସି ହେବାର ଅଛି

1 min
118


ଜୀବନ ଅଳିକ କ୍ଷଣିକ ଘଡିକ

     ବ୍ୟସ୍ତ ହେଉ କାହିଁ ବାଇମନ

ସୁଖ ଦୁଃଖର ଯୋଡାଣ ଫେଡାଣ

    ଖୁସିଖୁଣ୍ଟି ହସବାଣ୍ଟି ଚାଲ ପୁନଃ

    ଖୁସି ହେବାର ଅଛି ଧନ ।


ଜୀବନ ଯାତ୍ରାରେ ମିଳିବେ ଅନେକ

      ଅନ୍ତରଙ୍ଗ ହେବେ ଅଳ୍ପ କେତେ

ପାଖେ ନ ରହିଲେ କାହିଁ ହାଇଁପାଇଁ

    ଖୁସି ହେବା ଶୁଣି ସ୍ଵର ଶବଦ ଯେତେ 

    ଖୁସି ହେବାର ଅଛି ମୋତେ ।


ଜୀବନ ପଥରେ ସହଯାତ୍ରୀ ମେଳେ

   ଚଲାପଥେ ହାସ୍ୟ ଲାସ୍ୟ ଅଟ୍ଟହାସ୍ୟ

ରାଗ ରୂଷା କଟି ମାନ ଅପମାନ ସାଉଁଟି

   ସ୍ମୃତିରେ ସାଇତା ବ୍ୟବହାର ଅବଶ୍ୟ 

   ଖୁସି ହେବାର ଅଛି ସଦସ୍ୟ ।


ଅମଡ଼ା ବାଟରେ ଚାଲୁ ଚାଲୁ ଦିନେ

  ପଛେ ରହିଯାନ୍ତି ଅନେକ ଅଲୋଡା ମିତ

ଫେରିବେନି ଜାଣି କାହିଁ ଶୋଚନା ମର୍ମା

     ମରମ ସିଲଟରେ ଲେଖା ଅତୀତ

    ଖୁସି ହେବାର ଅଛି କଥିତ ।


ଶଗଡ଼ ହୁଳାରେ ଜୀବନ ଚକଟା ଗଡୁଛି

    ରହି ରହି ପୁଣି ମାଡି ଚାଲୁଛି

ଅତୀତ ଆଇନା ମନକୁ ଆସେନା ଆଜି

  ବର୍ତମାନ ସବାରୀ ଆବୋରୀ ଧାଉଁଛି

  ଖୁସି ହେବାର ଅଛି ହସଉଛି ।


କିନ୍ତୁ ପରନ୍ତୁ ଅଧିକନ୍ତୁ ଠାରୁ ଯୋଜନ ଦୂର

  ସକାରାତ୍ମକ ବିଚାର ଭରପୁର 

କରିବାର ଅଛି କିଛି ଦେଖେଇବାର ଅଛି

  ସମସ୍ୟାର ସମାଧାନ ଗନ୍ତାଘର ।


ହଁ ଭାଇ ! 

ଖୁସି ମିଠେଇ ଖାଇବାର ଅଛି

ହସ ରସମଲେଇ ହାତେଇବାର ଅଛି 

ଖୁସି ହେବାର ଅଛି ସବୁକିଛି ।


Rate this content
Log in

Similar oriya poem from Inspirational