STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଖାଣ୍ଟି ଓଡ଼ିଆଣୀ

ଖାଣ୍ଟି ଓଡ଼ିଆଣୀ

1 min
183

,

ରାଧା ରାଣୀ ଖାଣ୍ଟି ଓଡ଼ିଆଣୀ

ହସରେ ଝରେ ମୁକୁତା

ମୁଣ୍ଡରେ ସିନ୍ଦୁରେ ଶ୍ରୀମନ୍ତିନୀର ଓଢଣୀ

ପାଦରେ ନୁପୁର ଝୁଣ୍ଟିଆ ବାଜେଣି

ଖାଣ୍ଟି ଗଉଡ଼ୁଣୀ ଗୋପାଳୁଣୀ

ଲାଗେ ସତେ ମାଣିକ ଆସିଛି ଫେରି

ଡାକୁଛି ମନ୍ଦିରେ ଆସ ଥିରି

ଭାବ ଭକ୍ତିରେ ସାଲିସ କରି

ଏ କାର୍ତ୍ତିକ ମାସ ଓ ହବିଷ

ଆକାଶ ଦୀପ ସଙ୍ଗେ ଜଳୁଛି ଅନେଶତ ଆଶ

 ଆକାଶରେ ଟାପୁ ଟାପୁ ଶବ୍ଦ ଓ ନିଶ୍ୱାସ ବିଶ୍ୱାସ 

ସେଥିଲା କେଉଁ ଅବ୍ଦ

କାଞ୍ଚି ବିଜୟ କାଳେ ତମାଳ ବକୁଳ ମୂଳେ

ଠିକ ଏମିତି ପାଦ ଦୁଇ ଦେଖି କଳାକହ୍ନେଇ

ନାଚୁଥିଲା ଥେଇ ଥେଇ ପ୍ରୀତି ସୁହାଗ ଦେଇ

ସାକ୍ଷୀ ଏଇ ବକୁଳ ବନ ତମାଳ କଦମ୍ବ ବନ

ମୟୂରୀର ମନ ନେଇ ରାଧା ଡାକୁଥିଲେ ଧନ

ପ୍ରତୀକ୍ଷାର ଅନ୍ତ ନାହିଁ ଯୁଗ ପରେ ଯୁଗ ଯାଇ

କିମ୍ବଦନ୍ତୀ କହୁଛି ତଥାପି

ସେହି ସଂସ୍କୃତି

ମାଣିକ ହୁଏ ବା ରାଧା ପ୍ରେମ ସଦା ଅଧା

ପାଦରେ ନୁପୁର ବନ୍ଧା

ବୁଝିବେକି କାହ୍ନୁ ଯାର ପାଦ ଛନ୍ଦା

ଆଜିର କାର୍ତ୍ତିକ ତିଥିରେ ଭକ୍ତି ଭାବନାରେ

ନିତି କାନ୍ତି ଜନଶ୍ରୁତି କହେ ମାଆ ରାଧା

କାହ୍ନୁ ସଙ୍ଗେ ନାଗରୀର ପ୍ରେମ ଅଧା ଓ ବାଧା

ଅଧା ରାଧା ଅଧା କାହ୍ନୁ ମିଶି ସ୍ୱୟଂ ସମ୍ପୂର୍ଣ୍ଣ

ଗତି ମୁକ୍ତି ଭକ୍ତି ପୂର୍ଣ୍ଣତା ରାଧା ପାଦ ଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract