STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଖାଲି ଭାଗଶେଷ ଶୂନ

ଖାଲି ଭାଗଶେଷ ଶୂନ

1 min
120

ଯାତନା ର ଜଉଘରେ 

   ଜଳେଇ ଜୀବନ 

ତମେ କ 'ଣ ସୃଷ୍ଟିର 

  ବିପୁଳ ସୃଜନ କୁ 

     ଆମନ୍ତ୍ରଣ କରିପାରିବ


ତୁମ ଭିତର ର ଅହେତୁକ ଇର୍ଷା 

  ଓ ହିଂସା ଜର୍ଜରିତ ହୃଦୟ ଟା 

        କେବଳ 

ଧ୍ୱଂସ ର ଚିତ୍କାର ଶୁଣିବ 

    ଦେଖି ପାରିବନି ଆଲୋକ 

ତୁମ ଚାରି ପଟେ ଖାଲି ଦେଖିବ 

     କୁଢ଼ କୁଢ଼ ଅନ୍ଧାର 

ହେ ମୋର ମୁଁ, ତୁମେ, ସେ 

   ସେହି ଅନ୍ଧକାରକୁ ପଛକରି 

ଟିକେ ଆଲୋକ ଆଡକୁବୁଲିପଡ଼


ଦେଖ, ଅୟୁତ ସୃଜନ 

    ଅପେକ୍ଷା କରିଛି ତୁମକୁ 

ପାଛୋଟି ନେବାପାଇଁ 

       ହେଲେ ତମେ 

        କରୁଛ କ 'ଣ

   ଶେଷରେ ଭାଗଶେଷ ଶୂନ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract