STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଖାଦ୍ୟ ରେ ଉପାଦାନ

ଖାଦ୍ୟ ରେ ଉପାଦାନ

1 min
288

ନିତି ଆମ୍ଭେ ମାନେ ଇଚ୍ଛା ଅନୁସାରେ 

    ଖାଦ୍ୟ ଖାଉ ନାନାଜାତି, 

ସେ ଖାଦ୍ୟରେ ଅଛି ଆମପାଇଁ ମୁଖ୍ୟ 

    ଉପାଦାନ ଛଅ ଗୋଟି


ଶ୍ୱେତସାରପୃଷ୍ଟି  ସାର, ସ୍ନେହସାର 

   ଧାତୁସାର ଜୀବ ସାର, 

ଜଳ ତ ଅଟଇ  ମୁଖ୍ୟ ଉପାଦାନ 

    ନିତି ଆମରି ଖାଦ୍ୟର


ଶ୍ୱେତସାର ଦିଏ  ଆମକୁ ଶକତି 

    କୋଷବୃଦ୍ଧି ପୃଷ୍ଟିସାର, 

ଧାତୁସାର ଜୀବ  ସାର, ପାଇଁ ସିନା 

    ନିରୋଗ ଆମ ଶରୀର


ସ୍ନେହସାର ଶକ୍ତି  ଯୋଗାଇବା ସହ 

    ରଖଇ ଚର୍ମ ଚିକ୍କଣ, 

ଖାଦ୍ୟ କୁ କରଇ  ସୁଆଦିଆ ସିଏ 

    ତା ପରି ନାହିଁ କେ ଆନ


ଭାତ ରୁଟି ଆଳୁ  ଚିଜରେ ରହିଛି 

    ଶ୍ୱେତସାର ଉପାଦାନ, 

ମାଛ ମାଂସ ଡାଲି  କ୍ଷୀରରେ ଅଧିକ 

 .   ପୃଷ୍ଟିସାର ପରିମାଣ


ତେଲ ଘିଅ ଛେନା କ୍ଷୀରଲହୁଣୀ ରେ 

    ପୁରିଅଛି ସ୍ନେହସାର, 

ନାନା ଜାତି ଶାଗ  ସଜ ପରିବା ରେ 

    ଜୀବ ସାର ଧାତୁସାର


ନିଇତି ଖାଇଲେ  ସୁଷମ ଖାଦ୍ୟ 

    ରହିବନି ରୋଗ ଭୟ, 

ଜୀବନ ଟା ସଦା  ହେବ ମଧୁମୟ 

    ରଖିଲେ ଏଥିରେ ଲୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract