କେତେ ସୁନ୍ଦର
କେତେ ସୁନ୍ଦର
ଯେତେ ସୁନ୍ଦର ସବୁ ବିଧାତା ଦାନ
କବିତା ରେ ଭରା ଏ ସାରା ସଂସାର
ମମତା ପୀୟୂଷ ବହେ ଅବିରଳ
ପ୍ରେମେ ବଂଧା ଏଠି ସବୁରି ପରାଣ
ବସନ୍ତ ର ଛୁଆଁ ଫଗୁଣ ର ଚୁମା
ଆହା କି ସୁନ୍ଦର ବିଭୁଂକ ର ଲୀଳା
ଆ_ ଆ_ ଆ_ ଆ_
କଳ କଳ ଗୀତ ଗାଉଚି ଝରଣା
ମନ ଏଠି ପାହାଡ଼ ର ସବୁଜିମା
କୁସୁମ ହସି ହସି ସଂଗୀତ ଦିଏ
ସାଗର ର ନୀଳିମା ସପନ ବୋଳେ
ଆ_ ଆ_ ଆ_ ଆ_
ହଜେ ଯେତେ ବିଷାଦ ମିଠା ବାଆରେ
ଆକାଶେ ପ୍ରୀତି ପାଇ ପୁଲକ ଜାଗେ
