କେମିତି ବନ୍ଧନ
କେମିତି ବନ୍ଧନ


ଏ କେମିତି ବନ୍ଧନ ମୁଁ ଜାଣେନି ?
କେଉଁ ଅଜଣା ଡୋରୀଟିଏ ହୋଇ
ବାନ୍ଧି ହୋଇଯାଏ ମୋ ବେପରୁୁଅ
ଜୀବନରେ।
କାହିଁକି କେଜାଣି ସେ ମୋର ଅତି
ଆପଣାର ମନେ ହୁଏ।
ଯେମିିିତି ତା'ସହ ମୋର ଜନ୍ମ
ଜନ୍ମର ସମ୍ପର୍କ ।
ମନେ ହେଉ ଥିଲା ଏ ମିଛ ଦୁନିଆରେ
ସେ ସତ୍ୟର ପ୍ରତିମୂର୍ତ୍ତି ପରି
କିନ୍ତୁ ପାରେ ଜାଣିଲି ମୋ ଭାବନା
ବୋଧେ ମିିଛ ଥିଲା।
ସେ ସ୍ନେହ ପ୍ରେମର ବନ୍ଧନ ଯେପରି
ସ୍ୱାର୍ଥ ରହିିିତ ଥିଲା।
କେବେ ପୂୂର୍ନିମାର ଚଦ୍ର ପରି
ତ ଆଉ କେବେ ଅମାବାସ୍ୟାର
ଘନ ଅନ୍ଧାର ଭିତରେ ସେହି ବନ୍ଧନ
ଯେମିତି କେଉଁଁଠି ନିମଗ୍ନ ହୋଇ ଯାଏ
ସେହି ଅନ୍ଧାରି ଇଲାକରେ ।
ମୁଁ ଜାଣିବି ଅଜଣାର ଅଭିିିନୟ କରି
ଚାଲିଥାଏ ନିଜ ପାଖରେ ଏକ
ଅଚିିନ୍ତିତ ଅପେକ୍ଷାରେ ।