ନଦୀ
ନଦୀ

1 min

11.8K
ନଦୀର ସ୍ରୋତରେ ଭାସିଯାଏ
ସହରର କୁଢ଼ କୁଢ଼ ଆବର୍ଜନା ସହ
ଶିଳ୍ପର ବର୍ଜ୍ୟବସ୍ତୁ , ମୃତ ପ୍ରାଣୀ ଓ
ଜୀବଜନ୍ତୁ।
ଏ ସମସ୍ତଙ୍କୁ ସେ ତାର ବିସ୍ତୃତ ଛାତିରେ
ବୋହି ନିଏ ବିନା ଆପତ୍ତିରେ ,
ହେଲେ ଥରେ ମାତ୍ର କେହି ତାର କଥା ଭାବେନି।
ନିୟୁ ଇଣ୍ଡିଆର ଏହି ବିଜ୍ଞାନ ଯୁଗରେ
କିଏବା ଅଛି ତା କଥା ଭାବି ବାକୁ !
ଯଦି କହି କେବେ ଭାବେ ତେବେତାହା
ପୁଣି ସରକାରଙ୍କ ଅଫିସର ମସୃଣ ଟେବୁଲର
ଦାମି ଫାଇଲ ଭିତରେ ଚାପି ହୋଇ ରହିଯାଏ।
ତଥାବି ସେ ପ୍ରତିକ୍ରିୟା ଶୂନ୍ୟ ହୋଇ
ନିରବରେ ବହି ଚାଲିଛି...ବହି ଚାଲିଛି..।