STORYMIRROR

Dr Rabinarayan Moharana

Romance Tragedy

4  

Dr Rabinarayan Moharana

Romance Tragedy

କବିତା : ତଟସ୍ଥ

କବିତା : ତଟସ୍ଥ

1 min
247

କବିତା : ତଟସ୍ଥ


ଥରେ ବୁଝାଇବାକୁ ବାହାରିଲେ

ମୋ ଆଗରେ ଭିଡ଼ ଜମେ

ଗୋଟିଏ ଗୋଟିଏ କରି ଏମାନେ

ମୋ ଆଗରେ ମନ୍ଦା ବାନ୍ଧନ୍ତି

ଆଉ, ସେମାନଙ୍କ ସାଙ୍ଗରେ ମାତି

କେହି ଯଦିମୋ କଥା ମଝିରୁ

ହଠାତ୍ ଉଠି ବାଟ ଭାଙ୍ଗି

ଚାଲି ଯାଆନ୍ତି ସେ ପାଖକୁ

ମୋ ମନରେ ଦୁଃଖବି ଆସେନି

କାହିଂକି ନା' ସେମାନେ ତ 

ବାଟରେ କି ଘାଟରେ

ଏମିତିବି ଦେଖାହେବେ

ମୋତେ ଅଟକାଇ

ମୋ' ଠୁ ଶୁଣିବେ ।


ଏଠି ଶୁଣନ୍ତୁ କି ସେଠି

ଯାଏ ଆସେ କେତେ?

ଶୁଣନ୍ତି ତ !


ଶୁଣିଲେ ସିନା 

ପରିବର୍ତ୍ତନ ହେବ ହୃଦୟ

ବିସ୍ତାରିତ ହେବ ଚେତନା

ମାଟିରେ ଠିଆ ହୋଇ

ଛୁଇଁ ହେବ ପ୍ରସାରିତ ଆକାଶ

ନ ଶୁଣିଲେ କଣ ହେବ ଯେ ?


ତମେ ତ ମୋର ହୋଇ

ମୋ କଥା ବୁଝୁନ ।

ଶୁଣିଲେ ତ ହେବ ?

ନହେଲେ ବୁଝିବ କେମିତି ଯେ ?


ସାରା ଦୁନିଆକୁ ବୁଝାଇ ପାରିଥିବା ମୁଁ

ଆଜି ତମ ପାଖେ ହେଉଛି ପରାସ୍ତ

ଘରର ମଣିଷକୁ ବୁଝାଇ ପାରୁନି ଯେ

ସେ କେମିତି ବୁଝାଏ ପଣକୁ

ଭାବି ପୁଣି ହୁଏ ମୁଁ ତଟସ୍ଥ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance