Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rabinarayan Moharana

Romance Tragedy

4  

Dr Rabinarayan Moharana

Romance Tragedy

ହେ କୃଷ୍ଣ! ଅ‍ାଉଥରେ ଜନ୍ମ ନିଅ ତୁମେ

ହେ କୃଷ୍ଣ! ଅ‍ାଉଥରେ ଜନ୍ମ ନିଅ ତୁମେ

1 min
153


ହେ କୃଷ୍ଣ ! 

ଆଉ ଥରେ ଜନ୍ମ ନିଅ ତୁମେ

ଏ ପୃଥିବୀରେ

ଭାରତ ହେଉ ବା ଆଫଗାନ୍

ବା ଅନ୍ୟ କେଉଁଠାରେ

ଫରକ୍ ନାହିଁ କିଛି

ସବୁ ତ ସମାନ ।

ମୁଣ୍ଡ ଉପରେ ବିସ୍ତୀର୍ଣ୍ଣ ଆକାଶ

ପାଦ ତଳେ ଅନ୍ତରଙ୍ଗ ମାଟି

ଫରକ୍ କଣ ରହିଛି କେଉଁଠି ? ॥୧॥


ହେ କୃଷ୍ଣ !

ଦେଖ ଦେଖ ଆଜି ତୁମେ

ଅସତ୍ୟ, ପାପ, ମିଛ ଓ ହିଂସାର

ଏକ ଅଦ୍ଭୁତ ଆସ୍ତରଣରେ

ପୃଥିବୀ ଆଜି 

ଘୋର ଅନ୍ଧକାରରେ ଆଚ୍ଛନ୍ନ

ଚାରିଆଡ଼େ ଖାଲି ଭୟର ନିସ୍ତବ୍ଧତା

ଅଶ୍ରୁରେ ପୃଥିବୀର ମାଟି ଆଜି ଆର୍ଦ୍ର

ଏତିକି କଣ କମ୍ କି ? 

ତୁମ ପାଇଁ ? ॥୨॥


ହେ କୃଷ୍ଣ !

ନିଷ୍ପାପ, ନିଃସହାୟ, 

କରୁଣ ମଣିଷମାନଙ୍କ ପରିତ୍ରାଣ ପାଇଁ

କେତେ ଆଉ 

ଅପେକ୍ଷା କରିବ ତୁମେ ?

ସମୟ ଖୁବ୍ ନିକଟ ହେଲାଣି କୃଷ୍ଣ !

ବସୁଦେବ ଘରେ ହେଉ ବା

ନନ୍ଦ ରାଜାର

ଫରକ୍ କିଛି ନାହିଁ କୃଷ୍ଣ

ଆଜି ତୁମର 

ଆବିର୍ଭାବ ହେବା ନିହାତି ଜରୁରୀ 

ଥରେ ବୁଝିବାକୁ ଚେଷ୍ଟା କର କୃଷ୍ଣ

ଥରେ ତ ବୁଝିବାକୁ ଚେଷ୍ଟାକର ॥୪॥


ହେ କୃଷ୍ଣ !

ଆଉ ଥରେ ଜନ୍ମ ନିଅ ତୁମେ

ବିନାଶ କରିବାକୁ ଆଜି

ଏ କଂସ ରୂପୀ ଜହ୍ଲାଦମାନଙ୍କୁ

ଯେଉଁମାନଙ୍କ ଅଟ୍ଟହାସ୍ୟରେ

ପ୍ରକମ୍ପିତ ହୁଏ

ଏ ନିରୀହ ମଣିଷଙ୍କ ହୃଦୟ

ଭିଟାମାଟି ଛାଡ଼ି

ବଞ୍ଚିବାକୁ ମଣିଷ ଲୋଡ଼େ

ଅନ୍ୟର ଆଶ୍ରୟ

ପୁଣି ଅକାରଣରେ ॥୫॥


ତୁମେ କଣ ଜାଣି ପାରୁନ କୃଷ୍ଣ ନା

ଚେଇଁ ଶୋଇବାର ଛଳନା କରୁଛ ? ॥୬॥


ତୃତୀୟ ବିଶ୍ୱଯୁଦ୍ଧ ରୂପୀ ମହାଭାରତ

ବହୁତ ଦୂରରେ ରହିଛି କୃଷ୍ଣ

ସେତେବେଳେ ସିନା ଆହ୍ୱାନ କରିବ

ସୁଦର୍ଶନକୁ

ଏବେ ତ ତୁମ ମୁଷ୍ଟିରେ 

କେତେ କେତେ ଚାଣୁର ହେବେ ଭୂତଳଶାୟୀ

କଂସ ତ ଦେଖୁ ଦେଖୁ ହେବ

ସିଂହାସନଚ୍ୟୁତ

"ମଞ୍ଚରୁ ପଡ଼ି ମରିବ ମାମୁ

ତତେ ଲାଗିବନିରେ

ଅପବାଦ କାହ୍ମୁ ।" ॥୭॥


ଆ କୃଷ୍ଣ ଆ

ଶୀଘ୍ର ଆ

ଆ'ରେ କାହ୍ନୁ ଆ

ଜଗତ ଚାହିଁଛି ତତେ

କୃଷ୍ଣକୁ - କହ୍ନେଇକୁ - କାହ୍ନାକୁ

ମୁକ୍ତି ପାଇଁ ନୁହେଁରେ କହ୍ନେଇ

କେବଳ ବଞ୍ଚିବାର ପାଇଁ

ଧାରେ ବଞ୍ଚିବାର ପାଇଁ ॥୮॥



Rate this content
Log in

Similar oriya poem from Romance