STORYMIRROR

Rajib Lochan Pattnaik

Inspirational Others

3  

Rajib Lochan Pattnaik

Inspirational Others

କବି ଓ ସମୁଦ୍ର

କବି ଓ ସମୁଦ୍ର

1 min
14K


ସମୁଦ୍ର ମୁହଁ ଫୁଲାଇ ବସିଲା....

କବିଟି ରାତି ଅନିଦ୍ରା ହେଲା,

ସମୁଦ୍ର ଜିଦ୍ ଧରି ବସିଲା

ନୀରବ ରହିବା ଅଳି ଯେ କଲା,

କବିଟି

କିଛି କ୍ଷଣ ଘର ବାଲକୋନୀରୂ

ଫୁଲ ତୋଳି, କାହା ପାଦ ତଳେ

ଥୋଇ ଶାନ୍ତି ମନାସି ବସିଲା।

କବିଟେ ସମୁଦ୍ରକୁ ଦେଖିଲା

ଅତୀତ ଧୂଳି କୁ ଅଜାଡି

ମୃତ ଜୀବାଶ୍ମରେ

ଜୀବନ ଦୋରାଣ୍ଡିଲା।

ରାତି ହେଲା.....।

ଅହରହ ଗୁରୁ ଗର୍ଜନ ରେ

ସମୁଦ୍ର କବିକୁ ଡରାଇଲା,

କବି ବା ଡରନ୍ତା କାହିଁକି,

ରାତି ସାରା

କଚାଡି ହେଲା ସେ

ବାଲି ପଠାରେ,

ଆଉ ଏପଟେ

ସବୁ ଶବଦ୍ଦ ଯେତେ

ଯେଝା ସୀମା ରେଖା ଡେଇଁ

କଚାଡି ହେଉଥିଲେ

କବି ଟିର ଛାତି ଉପରେ....।।

ମୂଖ୍ୟ ସମ୍ପାଦକ - ଭୂମଗ୍ନା

କଟକ-୧୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational