STORYMIRROR

Rajib Lochan Pattnaik

Others

4  

Rajib Lochan Pattnaik

Others

ଭୋକ

ଭୋକ

1 min
26.5K



ଏଥର ପଣ କରିସାରିଥିଲି

କାନ୍ଦିବିନି କେବେବି

କହିବିନି ଭୋକିଲା ଅଛି ପେଟ ମୋର

ବହୁ କାଳୁ ବହୁ ଦିନୁ ବୋଲି..... ।


ବାସ୍ ଯାହାକୁ ଦେଖିଲେ ବି'

ଆପେଆପେ ଗୋଟିଏ ହାତ

ବଢି ଯାଉଥିଲା ମୁହଁ କୁ ତ'

ଅନ୍ୟ ଟି ପେଟକୁ,

କିଛି ନୁହେଁ, ଗଲା ରାତି

ଖୁବ ଖାଇଥିଲି, ଆଜି ସକାଳୁ ସକାଳୁ

ମାଲିକାଣୀ ଖାଇବାକୁ ଦେଉଦେଉ

ଖସି ଯାଇଥିଲା ପଣତକାନୀ,

ଜାଣତେ ହେଉ ଅବା ଅଜାଣତରେ

ଅନେକ ଯେ ବର୍ଷା

ଆଉ ବିନ୍ଦୁ ବିନ୍ଦୁ ବର୍ଷାକୁ

ଶୋଷୁଥିଲା ଯେ ପୃଥିବୀ..... ।


ଆଶ୍ୱସ୍ତ ମୁଁ ମଣିଷ

ବାଡିପଟ ରେ ଥୁଆ ଏକ

ପିଜୁଳି ଗଛ,

ସେ ଗଛ ରେ ନିତି ଆସି ବସେ

ନୀରିହ କପୋତ, ଖୁଣ୍ଟି ଖୂଣ୍ଟି ଖାଉଥଲା

ହଳଦୀ ହଳଦୀ ଦିଶୁଥିବା

କେତେ ଯେ ପିଜୁଳି ।

ଆଜି କାଲି କିନ୍ତୁ ଆଉ ଦେଖା

ନାହିଁ ତା'ର, ଶୁଣା ଶୁଣି ଯେ

କଟା ଡେଣା ସହ ପଞ୍ଜୁରୀ ଭିତରେ

ଶିଖିଲାଣି ରାମ ରାମ ଶବଦ୍.... ।


କିଛି ବୁଝି ହେଉନଥାଇ

ଅତର୍କିତ ଭାବେ ଧାଇଁ ଧାଇଁ

ମନ୍ଦିର ଘଣ୍ଟି ମାରିଲି, ନଇ ବାଲିର

ଉତ୍ତାପ ହେଉ ଅବା ହେଉ

ଶୁଷ୍କ ମରୁଭୂମିର ନିଦାଘ ଖରା

ଆଶ୍ୱାସନା, ଅଭିଶାପ,

ପାପ ପୂଣ୍ୟ ସବୁ କାହିଁ

ମିଛ ମିଛ ଲାଗୁଥାଇ ।


ଚିତ୍କାରୀ ଚିତ୍କାରୀ ପଚାରିବା ଯେ' ବେଳଥିଲା....


ଠିକ୍ ସେତେବେଳେ,

ଚନ୍ଦନ, ସିନ୍ଦୂର, ଫଟା ନଡ଼ିଆ ଟେ ଧରି

ସୁନ୍ଦର ସ୍ତ୍ରୀ ଲୋକ ଟି

ପାହାଚ ଦେଇ ତଳକୁ ଗଲା,

କି ଖୋଜିବି ?

କାହା ପାଖରେ ପେଟ ଜକଡିବି ?


ନିଜେ ବି ତ' ଭୋକିଲା........


ଏକା ଏକା ଫେରିଗଲି

ଏକାନ୍ତ ନିଜର ସମୁଦ୍ର କୁ

ଅଧା ଭିଜା ଅଧା ଶୁଖିଲା

ବାଲିପଠାରେ

ପାଦ ଚିହ୍ନ ଛାଡି ଛାଡି.....।।


●●●. ◆ ●●●

ମୂଖ୍ୟ ସମ୍ପାଦକ - ଭୂମଗ୍ନା

ପ୍ଲଟ୍ ନମ୍ବର - ଇ/୩୯୬. ସେକ୍ଟର -୬.

ସିଡିଏ. କଟକ-୧୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍