ଲୁହ ବତୁରା ଆଖି
ଲୁହ ବତୁରା ଆଖି
1 min
13.8K
ସେ ଯାହା କହୁଥିଲେ
ମୁଁ ବାସ୍ ଶୁଣୁଥିଲି, ତାଙ୍କ ଆଖିରେ
ମୋ ଆଖିକୁ ମିଶାଇ,
ତାଙ୍କ ସହ ପରିଚୟ ବି ନଥିଲା ମୋର,
କେବେ ଦେଖା ହୋଇଥିଲା
ମନ ବି ପଡୁନଥିଲା....।
ଆଖି ଆଖିର ଇସାରାରେ
ମୁଁ ଅତିକ୍ରମ କରୁଥିଲି
ଜୀବନ ଯବନିକାର ନିର୍ମମ ଗଳି,
ହଠାତ୍ ପବନ ଆସିଲା କୁଆଡୁ କେଜାଣି
ବେଢ଼ଙ୍ଗି ହଓ୍ୱ। ସହ
ଉଡି ବୁଲୁଥିଲା
ଗୋଟିଏ ଶୁଖିଲା ପତ୍ର
ରାସ୍ତା ଉପରେ
ଏ କଡରୁ ସେ କଡ.....।
ନିବିଡ଼ ସେ ଆଖି
ଆଉ ସେ ଆଖି ଭର୍ତ୍ତି କୋହ ....
କାରଣ ଖୋଜିବା ସମୟ ନଥିଲା
ଏକ କାଳିନ ସମୁଦ୍ର ଲମ୍ଫ ଯେ
ଦେବାର ଥିଲା, ସେ ଲୁହ ବତୁରା
ଆଖିରେ ମୋଠାରୁ ଦୁରେଇ ଯାଉଥିଲେ
ଏପଟେ କେହିଜଣେ
ମୃତ ଶାମୁକାର ଖୋଳପାରେ
କୁରି କୁରି ଆଙ୍କି ଦେଉଥିଲା
ବହୁ ଦିନୁ ଶୁଖିଲା ପଡିଥିବା
ଏକ ଗଛର ପିଠି ଉପରେ
ଏକ ହୃଦୟର ଚିହ୍ନ ......... ।।
