STORYMIRROR

Subhakanta Sahu

Comedy

2  

Subhakanta Sahu

Comedy

କାଉ ଓ ବିଲୁଆ

କାଉ ଓ ବିଲୁଆ

1 min
13.6K


ଏକଦା ଏକ କାକ,

ମାଂସ ଖଣ୍ଡିଏ କେଉଁଠୁ ପାଇ

ଗଛେ ବସିଲା ଦେଖ।

ଶୃଗାଳଟିଏ କାହୁଁ,

ମିଳିଲା ସେଠି କାକେ ପ୍ରଶଂସି

ରଡିଲା ହୁକେ ହୁ।

ମିଛ ପ୍ରଶଂସା କରି,

ଭାବେ କାକଠୁ ମାଂସ ଖଣ୍ଡିକ

କେମିତି ନେବ ମାରି।

କୋକିଳ ଲଜ୍ଜା ପାଇ,

ତୁମ କଣ୍ଠୁ ମଧୁ ଗୀତ ଶୁଣିଲେ

ମରିବ କେଉଁଠି ଯାଇ।

କୁଆ ତ ଚତୁର ଅତି,

ମାଂସକୁ ଗଛେ ରଖି ଯତନେ

ଖୋଲିଲା ତାର ପାଟି।

କର୍କଶ କଣ୍ଠେ ତାର,

ଏମିତି କାକ ରଡି ଛାଡିଲା

ବୃକ ହେଲା ବଧିର।

ଶୃଗାଳ ଖୋଜେ ବାଟ

କେମିତି ସେଠୁ ଯିବ ସେ ଖସି,

ସହି ହେଉନି କଷ୍ଟ।

କା....କା.... ରଡି ଛାଡି,

ମାଂସ ଖଣ୍ଡକ ଖାଇଲା କାକ

ବିଲୁଆଟିକୁ ତଡି।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ: ୯୦୪୦୩୨୦୧୮୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy