STORYMIRROR

Panchanan Jena

Inspirational

3  

Panchanan Jena

Inspirational

କାଣିଚାଏ କରୁଣା

କାଣିଚାଏ କରୁଣା

2 mins
390

ମନ ମୋର କହୁଥାଏ ଚୁପ୍ ଚାପ

ବୋଉ ବାପା ମନ୍ଦିର ଗଲେ

            ଭିକାରି ଭିଡ ଆଡକୁ କଡେଇ ନିଏ

ପୁଷ୍ପାଞ୍ଜଳି ବେଳେ ମିଞ୍ଜି ମିଞ୍ଜି ଆଖିତଳୁ

             ଛଡା ପାଟିଆ କଦଳି ଉପରକୁ ବଳେଇନିଏ

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ସିନେମାର ଚିତ୍ର ସବୁ ଦେଖିଲେ

ପଡ଼ୋଶୀ ଭାଉଜ ମନକୁ ଆସେ ଛକରେ ଭିଡରେ କେହି ସୁନ୍ଦରୀ

                 ଉପରେ ନଜର ପଡିଲେ

          ନାୟକ ଘର ସ୍ଵାସ୍ଥବତୀ ଝିଅ ଝାସେ

          ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ଜୋଛନାଭିଜା ଆକାଶକୁ ଦେଖିଲେ

                   ଅପେରା ଦେଖା ମନକୁ ଆସେ

ବଡି ଭୋରରୁ ଉଠି କଇଁଥ କୁଢା

                 ବାଡି ଗଳା କଥା ଧସେଇ ପସେ                      

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ଘରୁ ବସଷ୍ଟାଣ୍ଡ ପାଦରେ ଚାଲି ଚାଲି ଗଲେ

                        ବାପା ମା’ ଉପରେ ରାଗ ଆସେ

ସାଇକେଲ ଫଟଫଟି ପାରିଗଲେ ମୋତେ ଲିଫ୍ଟ

                      ଦେବାକଥା ମନରେ ପସେ

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ମାଇକରେ “ ନନ୍ଦିଘୋଷ ତୋର “ ଶୁଣିଲେ

                   ପୁରୀର ରଥ ଯାତ୍ରା ମନକୁ ଆସେ

ଟିଭିରେ “ଶୋଇଜା ମାମା ରେ “ ଶୁଣିଲେ

                  ମେଘା କଥା ଚିନ୍ତାରେ ମିଶେ

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ଚନ୍ଦା ଲୋକ ଦେଖିଲେ ଜେଜେମା’ର

                            ବଡ ଧନୀ ହେବା କଥା ସ୍ମରଣ ହୁଏ

ଲେଡି ବାର୍ଡ ରେସିଙ୍ଗ ସାଇକେଲରେ ସବାର ଫୁଲ୍ ପ୍ୟାଣ୍ଟରେ

                        ପଇଁତରା ମରା ଟୋକାଙ୍କୁ ଦେଖିଲେ

                        ହରିୟାନା ଫେରନ୍ତା କଥା ମନକୁ ଆସେ

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ଜାଣିକରି ମିଛ କହିଦେଲେ ଭିତରୁ

                          କି’ଏ ଜଣେ ବାରଣ କରେ

ଅଦରକାରୀ ଭାଷଣ ଉପଦେଶ ଶୁଣିଲେ

                     ଆପେ ଆପେ ନାଟକୀୟ ସରେ

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ପ୍ରବଚନ ପରେ ଜୀବନ ଅସାର ସବୁ

                     ମାୟାରେ ବାୟା ମନକୁ ଆସେ

କୁନି ଗଉରା ମେଘାର ବାପା ଡାକରେ କାଖ କୋଳରେ

                       ପୁଣି ମାୟା ମମତାରେ ବୁଡି ଯାଏ

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ଧନୀ ହେବାକୁ ସ୍ଵପ୍ନ ଦେଖେ ମାତ୍ର

                        ଧନ କେମିତି ଆସିବ ଭାବିଲେ ନିଦ ହଜିଯାଏ

ଦୁଃଖ ଆସିଲେ ବିପଦ ଥାପିଲେ

                        ମୁଣ୍ଡ ଗରମ ହୋଇଯାଏ

                        ଝାଳ ଗମାଗମ ବୋହିଯାଏ

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ଭଲ ତରକାରି ଥିଲେ ଭାତ ବଳେଇ ଖାଇବା ବେଳେ

                            ପେଟ ବଢିଯିବା କଥା

ଶସ୍ତାରେ ମିଳୁଥିଲେ ବେଶୀ ବେଶୀ ପାରିବା କିଣୁଥିବା ବେଳେ

                            ପଚିଯିବା କଥା

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ବାପ ସହିତ ଫୋନରେ କଥାହେଲେ ତାଙ୍କର “କେମିତି ଅଛୁ”

                          କଥାରେ ଆଖି ଜକେଇ ଆସିବା କଥା

ସିନେମାର ଟ୍ରେଜେଡି ଦୃଶ୍ୟକୁ ଉପଭୋଗ କରୁ କରୁ

                          ଦୁଇ ଟୋପା ଝରି ଆସିବା ବ୍ୟଥା

    ଚୁପ ଚାପ ମନ ମୋର କହୁଥାଏ ଚୁପ୍ ଚାପ


ବେଳେବେଳେ କେତେବେଳେ

ଫଟକରି ଝଟକରି

କି’ଏ ଜଣେ ଭିତରୁ କହିଦିଏ ଚୁପ ଚାପ

ମନ ମୋର କହୁଥାଏ ଚୁପ୍ ଚାପ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational