STORYMIRROR

Swapna Mohanty

Tragedy

3  

Swapna Mohanty

Tragedy

"କାନ୍ଦୁଛି ଭାରତମାତା"

"କାନ୍ଦୁଛି ଭାରତମାତା"

1 min
167

ବିଦେଶୀ ଶାସନରୁ ହେଲୁ ଆମେ ମୁକ୍ତ 

ଚିରନିଦ୍ରାରେ ଆଜି ଇଂରାଜୀ ଶାସନ 


ଉଡିଲା ତ୍ରିରଙ୍ଗା ବାନା 

ସାମ୍ୟ ମୁକ୍ତି ମୈତ୍ରୀର 

ବାଣୀ ହେଲା ଝଙ୍କୃତ 

ଏକତ୍ଵର ମହାମନ୍ତ୍ରର ଜୟ ଗାନ, 

ହେଲେ ମୋ ମାଆ କରେ କ୍ରନ୍ଦନ 

ଘୋର ଅନ୍ଧକାର 

ମାଆର ପାଦରେ ପଡିଛି ଶିକୁଳି 

ପଞ୍ଜୁରୀ ଭିତର ଶୁଆ ପରି 

କରେ ସେ ଆର୍ତ୍ତ ଚିତ୍କାର 

ସ୍ୱାଧୀନ ସ୍ୱାଧୀନ ନାଆଁରେ 

କରେ ସେ ନାରୀ ନିର୍ଯ୍ୟାତନା 

ଶୋଷଣର ନଥାଏ ସୀମା 

ମାଆର ଜରାୟୁର ରୁଦ୍ଧ କୋଠରିରେ ସେ ଭୟଭୀତ 

ହାତ ଯୋଡି କାକୁତି ମିନତିର ଆର୍ତ୍ତଚିତ୍କାର 

ମୁଁ କନ୍ୟା ବୋଲି କର ନାହିଁ ହତ୍ୟା !

ମୁଁ ସେହି ବୀରପ୍ରସବିନୀର କନ୍ୟା 

ଯାହାର ନାମରେ ଉଡେ ତ୍ରିରଙ୍ଗା 

ହେଲେ ମୁଁ ଶିକୁଳିରେ ବନ୍ଧା 

କାନ୍ଦୁଛି ଆଜି ମୋ ଭାରତ ମାଆ 

ଏକତ୍ୱ ନାମ ସିନା 

ଲାଗେ ଜାତି ଧର୍ମର ବିବାଦ 

ପଡେ ପ୍ରାଚୀର ହୃଦୟ ମନ୍ଦିରର 

କାନ୍ଦୁଛି ମୋ ଭାରତମାଆ

ଅମୃତ ସନ୍ତାନ ନାଆଁରେ 

ଶିଶୁ ଶ୍ରମିକର କୁନିକୁନି ପାପୁଲି ହୁଏ ରକ୍ତାକ୍ତ 

କେଉଁଠି ପୁଳେ ପୁଳେ 

ଆବର୍ଜନାରେ ହୁଏ ବସାଘର 

ନୁଖୁରା କେଶ 

ରକ୍ତ ହୀନ ଆଖି 

ମୁଣ୍ଡରେ ଇଟାର ବୋଝ 

ହଜିଯାଏ ପିଲାଖେଳର ସପନ 

କାନ୍ଦୁଛି ଆଜି ମୋ ଭାରତ ମାଆ 

ବୋହୁ ବୋଲି ଶେଷରେ 

ନ ଖାଏ ଛଅ ତିଅଣ ନ ଭଜା 

ଅମୃତ ସନ୍ତାନ ବୁଝେ ନାହିଁ ତା ଅମୃତ ପାନ 

ବୃଦ୍ଧରେ କରେ 

ବାସସ୍ଥାନ ଜରାଶ୍ରମ 

କାନ୍ଦୁଛି ମୋ ଭାରତ ମାଆ !



Rate this content
Log in

Similar oriya poem from Tragedy