କାହାକୁ କହିନି ମୁଁ
କାହାକୁ କହିନି ମୁଁ
ତୁମେ ଗଲା ପରେ,
ନୀରବ ହୋଇଯାଇଛି
ମୋ ଟିକି ଦୁନିଆ
ଏକଦମ ଖାଲି,
ଏକଦମ ଏକା
କେଉଁଠି କେଜାଣି
ହଜିଯାଇଛି ସେ ଖୁସି
ହଜିଯାଇଛି ସେ ସ୍ବପ୍ନ
ମରିଯାଇଛି ସେ ଆଶା ଓ ବିଶ୍ୱାସ
ଆଉ ହଜିଯାଇଛି ମୁଁ |
ତୁମେ ଥିଲ ବୋଲି
ଖିଲି ଖିଲି ହସୁଥିଲା ଏଇ ଓଠ
ଆବେଗରେ ଭରିଥିଲା ଏଇ ମନ
ପୁରୀ ଉଠୁଥିଲା ଏଇ ଘର
ତୁମେ ତ ସବୁ ଜାଣିଥିଲ ନା?
କେବେ ମୁହଁ ଖୋଲି କହିନି ମୁଁ
ନା ତୁମେ କେବେ କହିଛ
ହେଲେ ସେ ଭାବନାର ଉଷ୍ମତା
ଛୁଇଁଥିଲା ଆମ ଦୁଇ ଜଣଙ୍କୁ
ଥର ଥର କରି, ଅନେକ ଥର
କାହାକୁ କହିନି ମୁଁ
ତୁମେ ଗଲା ପରେ ସବୁ ଆଗ ପରି ଚାଲିଛି
ଖାଲି ମୁଁ ଅଟକି ଯାଇଛି.
ସବୁ ସେମିତି ଅଛି,
ଖାଲି ମୁଁ ନାହିଁ କି ତୁମେ ନାହଁ |

