ଜୟ ମହାବୀର ହନୁମାନ
ଜୟ ମହାବୀର ହନୁମାନ
ଜୟ ଜୟ ଜୟ ମହାବୀର ହନୁମାନ
ଶ୍ରୀରାମସେବକ ପ୍ରଭୁଭକ୍ତ ଅଗ୍ରଗଣ୍ୟ
ଜୟ କପିରାଜ ଜୟ ଜୟ କପିଶ୍ରେଷ୍ଠ
ଭାରତ ଯୁଦ୍ଧେ ରଖିଲ କପିଧ୍ୱଜ ରଥ ll
ସ୍ଥିର କର୍ତ୍ତବ୍ୟ ତୁମ୍ଭର ତୁମ୍ଭେ ସ୍ଥିତପ୍ରଜ୍ଞ
ଭଗ୍ନକଲ ଇନ୍ଦ୍ରଜିତେ ନିକୁମ୍ଭିଲା ଯଜ୍ଞ
ଜୟ ଜୟ ଜୟ ଦେବ କେଶରୀନନ୍ଦନ
ସୀତା ଠାବକଲ ପଶି ଅଶୋକକାନନ ll
ଅଜ୍ଞାନ ରାବଣ ମଣି ସାମାନ୍ୟ ମାଙ୍କଡ଼
ପୋଡ଼ି ଭଷ୍ମକଲ ତାର ସ୍ବର୍ଣ୍ଣ ଲଙ୍କାଗଡ଼
ଅସାଧ୍ୟକାର୍ଯ୍ୟ କରଣେ ତୁମେହିଁ ସମର୍ଥ
ଉପାଡ଼ିଆଣିଲ ଗନ୍ଧ - ମାର୍ଦ୍ଧନ ପର୍ବତ ll
ଦେବ ତୁମ୍ଭେ ଅଷ୍ଟ ସିଦ୍ଧି ନବ ନିଧି ଦାତା
ସନ୍ତୋଷରେ ବରଦେଲେ ଜନକଙ୍କ ସୂତା
ଜୟ ହେ ଅଞ୍ଜନୀ ଜୟ ପବନ ତନୟ
ତଵ ସ୍ମରଣରେ କଟେ ଭଵ ବନ୍ଧ ଭୟ ll
ହୃଦରେ ରାମଜାନକୀ ରାମନାମ ଗାଇ
ସେତୁବନ୍ଧ ବାନ୍ଧି ଦେଲ ପର୍ବତ ପକାଇ
ଅତୁଳିତ ବଳଧାମା ଜୟ ହେ ମାରୁତି
କଳି କେ ପାରିବ ପ୍ରଭୁ ତୁମ୍ଭର ଶକତି ll
ଜୀବନ୍ତ ଦେବତା କଳି ସର୍ବ ସିଦ୍ଧିଦାତା
ନମସ୍ତେ ନମସ୍ତେ ବ୍ରହ୍ମଜ୍ଞାନୀ ସର୍ବଜ୍ଞାତା ll