Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୟ ମାଆ ଭଦ୍ରକାଳୀ

ଜୟ ମାଆ ଭଦ୍ରକାଳୀ

1 min
122


ଭଦରକେ ବିଜେ କଲୁ ମାଆ ଭଦ୍ରକାଳି

ତୋହର ମହିମା ମାତ କିଏ ପାରେ କଳି l


ସାଳନ୍ଦୀ ତୀର ବାସିନୀ ମାଆ ଦୟାମୟୀ

ତୋ ଆଶ୍ରୟେ ଜୀବଥିଲେ ଭଵଭୟ ନାହିଁ l


ଭକ୍ତ ଗଣେ ଥାଉ ମାତେ ସଦା ସୁପ୍ରସନ୍ନ

ଜଗତରେ ମାତା ତୋର ଅଛି କେତେ ନାମ l


ଜୟା, ବିଜୟା, ଦୁର୍ଜୟା, କାଳି, ଭଦ୍ରକାଳୀ

ମଙ୍ଗଳା,ଚଂଡିକା,ମାତ କୁଷ୍ମାଣ୍ଡା,କଂକାଳୀ l


କୃଷ୍ଣା, ନାରାୟଣୀ,ତାରା,କନ୍ୟକା ମାଧବୀ

ଇଶାନୀ,ଶାରଦା,ଦୁର୍ଗା,ଅମ୍ବିକା, ବୈଷ୍ଣବୀ l


ଏହିପରି ମାତେ ତୋ ଅଶେଷ ନାମ ଭଣି

ମାହେଶ୍ୱରୀ ମହାମାୟୀ ନମଃ ନାରାୟଣୀ l


ତୋ ପଦ ଯୁଗ୍ମରେ ମାତ କୋଟିଏ ଜୁହାର

ଘଣ୍ଟଘୋଡ଼ାଇ ରଖିଥା ତୋ ସାରା ସଂସାର l


Rate this content
Log in

Similar oriya poem from Inspirational