Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜନ୍ମଦିନରେ ପ୍ରାର୍ଥନା

ଜନ୍ମଦିନରେ ପ୍ରାର୍ଥନା

1 min
221


ଜୟ ଜୟ ଜଗନ୍ନାଥ ହେ ପ୍ରଭୁ ବିଶ୍ୱ କାରଣ

ଚିରଧ୍ୟେୟ ପ୍ରଭୁ ଜନମଦିନେ ପ୍ରଣାମ ଘେନ l


ଧନ୍ୟଧନ୍ୟ ପ୍ରଭୁ ଧନ୍ୟ ହେ ତୁମ୍ଭ ମାୟାସଂସାର

ପିତା ମାତା ଭାଈ ଭଉଣୀ ପୁଣି ସଖା ସୋଦର l


ପତ୍ନୀ,ପୁତ୍ର,କନ୍ୟା ମଧ୍ୟରେ ପ୍ରଭୁ ସଂସାରେ ଛନ୍ଦି

ଡାକିବାକୁ ତୋତେ ସମୟ କାହିଁ ଦେଇଛୁ ବାନ୍ଧି l


ମାଆ ବାଳକାଳେ ମତେଟି ଏହା ଥିଲେ ଶିଖାଇ

ଶ୍ରୀଜଗନ୍ନାଥଙ୍କ ନାମକୁ କେଭେଁ ଭୁଲିବୁ ନାହିଁ l


ବାପା କହିଥିଲେ ବାବୁରେ ମନେ ରଖିବୁ ଭଲେ

ଧର୍ମ ହୁଡ଼ିବୁନି କଷ୍ଟେ ବା ଅବା ଜୀବନ ଗଲେ l


ତୁମ୍ଭ ନାମ ଧରି ପାଳିଛି ପିତା ମାତା ମନ୍ତର

ଯଥାସାଧ୍ୟ ମୂଢ଼ବୁଦ୍ଧିରେ ଖାଲି କିଛି ମାତର ।


ବିଦ୍ୟା ପଢ଼ିଲି ମୁଁ ବିଦ୍ୟାର ମହତ୍ତ୍ୱକୁ ନ ଜାଣେ

ତୁମ୍ଭ କରୁଣାରୁ ବିଦ୍ୟା ମୁଁ ସାଧି ହୋଇଲି ଜଣେ l


ଚାହୁଁ ଚାହୁଁ ଆସି ହୋଇଛି ଏବେ ଜୀବନ ସନ୍ଧ୍ୟା

କୃପା କଟାକ୍ଷରୁ ଜୀବନେ କିଛି ରହିନି ଅଧା l


ତେଷଠି ବରଷ କଟିଛି ଜୀବନର ସଂଗ୍ରାମେ

ତୁମ୍ଭ କରୁଣାରୁ ପଡ଼ିନି କେବେ ଜୀବନେ ଭ୍ରମେ l


ଦୋଷାଦୋଷ ଯାହା କରିଛି ଭ୍ରମି ମାୟାସଂସାର

କ୍ଷମା ଗୁଣେ କ୍ଷମା କରିବ ଭିକ୍ଷା କ୍ଷମା ସାଗର l


ଏତିକି ମିନତି ଆଜ ହେ ପ୍ରଭୁ ଦୟା ସାଗର

ତୁମ୍ଭ ପାଦପଦ୍ମେ ଭକତି ରହୁ ମୋ ନିରନ୍ତର l


ସତ୍ସଙ୍ଗେ ସଂପ୍ରୀତି ସର୍ବଦା ରହୁ ମୋର ସତତ

ଅନ୍ତର୍ଯ୍ୟାମୀ ବିଶ୍ଵ ଜୀବନ ଆହେ ବିଶ୍ୱ ସମ୍ରାଟ l

                  


Rate this content
Log in

Similar oriya poem from Inspirational