STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଜନ୍ମ ମାଟିର ଭାଷା

ଜନ୍ମ ମାଟିର ଭାଷା

1 min
116

ସ୍ତୁପ ସ୍ତୁପ ନିର୍ଜନତାର ବିପୁଳବିନ୍ୟାସ

ଅବା କେଉଁ ସୁବାସିତ ପାନୀୟର 

ଉଚ୍ଛୁଳ ଆବେଗ 

ଅବ୍ୟକ୍ତ ଭାବ ଉଦବେଳିତ 

ଭାଷା ହୃଦୟର, 

ସେ କି ଏକଆକୁଳ ଆବେଗର 

ସମାରୋହ

ଏ ହୃଦୟର ଧ୍ଵନିରେ 

ସେ ତ ଦିଏ ଏକ ମର୍ମ୍ମସ୍ପର୍ଶୀ ପ୍ରତିଧ୍ଵନି 

ଅଜସ୍ରକୁହୁ ଧ୍ଵନି 

ଅହେତୁକ ତୃଷ୍ଣାର ସାଗର 

ମୋ ମାଆ ମାଟିର ଡାକରା 

  ମତେ କରେ ପୁଲକିତ 

ଅଧୀର ବ୍ୟାକୁଳ 

ଏ ତୃଷ୍ଣା ର ରଙ୍ଗ ସୀମାହୀନ 

ଏ ତୃଷ୍ଣା ଖୋଜେନା ଜଳ 

     ମଧୁ ବା ମଦିରା 

ଏ ତୃଷ୍ଣା ମୋ ଚିରନ୍ତନୀ 

ଅନାସକ୍ତ ଆକାଶର ରଙ୍ଗ 

ଏ ତୃଷ୍ଣାର ଭାଷା ପ୍ରଥମ ଓଶେଷ 

ଏ ତୃଷ୍ଣା ଏକ ସମର୍ପଣ 

ଯାହା ତାର ବ୍ୟାପ୍ତି, ତାହା ମୋର ପ୍ରାପ୍ତି 

ଜୀବନ ଟା ହା ହା କାର କରେ ମୋର ଏ ସମଗ୍ର ସତ୍ତା 

ଯାହା ଦିଏ ବଞ୍ଚିବାରେ ଅଦ୍ୟମ ସାହସ 

କାନ୍ଦିବାରେ ବିପୁଳ ଶକତି 

ସେହି ମୋ ଜନମମାଟି ସ୍ୱର୍ଗଠାରୁ ଆହୁରି ବିଚିତ୍ର.


Rate this content
Log in

Similar oriya poem from Abstract