Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଜଳବନ୍ଦୀ

ଜଳବନ୍ଦୀ

1 min
202


ବାତ୍ୟା ହେଉ ଅବା ନଦୀ ବଢି

ଗାଁ କୁ ଆସଇ ପାଣି ମାଡି ।

ବନ୍ୟା ବାତ୍ୟାଙ୍କର ମହାକୋପ

ଗାଁ ମୋ ପାଲଟେ ଅନ୍ତରୀପ ।

ଗାଁ ଲୋକ ସବୁ ଜଳବନ୍ଦୀ

ଦିନ ସରେ ଆମ କାନ୍ଦିକାନ୍ଦି ।

ସବୁ ଘରେଘରେ ପାଣି ପସେ

ସଭିଏଁ ରହୁ ଭୋକ ଉପାସେ ।

ରାତି ଅନ୍ଧକାର ବେଶି କାଳ

ସମାନ ଦିଶଇ ଜଳ ସ୍ଥଳ ।

ବାଟଘାଟ ହୁଏ ନାହିଁ ଜାଣି

ସାପ ବିଛାଙ୍କର ଭୟ ପୁଣି ।

 ଉପାସରେ ସବୁ ଗୋରୁ ଗାଈ

ଘାସ କୁଟା ଖିଏ ମିଳେ ନାହିଁ ।

ଛୋଟ ଛୁଆ ଆଉ ବୁଢା ବୁଢ଼ୀ

ବେଶି କାଳ ତାଙ୍କୁ ଏଇ ବଢି ।

ଜଳବନ୍ଦୀ କରେ ଅସମ୍ଭାଳ

ସତେ ଘୋଟିଆସେ ମହାକାଳ ।

ଜଳବନ୍ଦୀ ଠାରୁ ଦୁଃଖ ନାହିଁ

ପାରୁନାହୁଁ କେହି ବସି ଶୋଇ ।

ବଢି କରୁ ପଛେ କଲବଲ

ଗାଁ ଲାଗେ ମୋର ଭାରି ଭଲ ।

ଛାଡି ଯିବା ପାଇଁ ନାହିଁ ମନ

ପାଣି କମିଗଲେ ହସେ ଦିନ ।



Rate this content
Log in

Similar oriya poem from Classics