STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଜ୍ଵଳା

ଜ୍ଵଳା

1 min
134

ହରାଇବାର ଏତେ ଜ୍ୱାଳା 

       ଏତେ ଯେ ଯନ୍ତ୍ରଣା

ନ ଥିଲା ତ ଅନୁଭବେ 

       ନ ଥିଲା ତ ଜଣା

କାହିଁକି ମୁଁ ହାରିଗଲି 

        ପାଏନି ଉତ୍ତର

ତୁମେ କିନ୍ତୁ ହଜିଗଲ

        ଅନ୍ଧ ଦିଗନ୍ତର

ତୁମକୁ ମୁଁ ଝୁରି ଝୁରି ତିଳତିଳ 

        ନିଜକୁ ଜାଳିଲି

ଲୁଚି ଲୁଚି ଅଜାଣତେ 

       ଲୁହ ମୁଁ ଢାଳିଲି

କାହା ଆଗେ କହିବି ଖୋଲି 

       ପରାଣର କଥା

କିଏ ଵା ବୁଝିବ କାହୁଁ ମୋ 

        ହୃଦୟର ବ୍ୟଥା

ପୁଅ ଝିଅ ବୋହୁ ମୋର 

        ବନ୍ଧୁ ପରିଜନ

ଭୁଲିବାକୁ ସବୁ କିଛି 

         ପକାନ୍ତି ରାଣ

ଭୁଲି ମୁଁ ପାରୁନି ଜମା 

       ଜଳୁଛି ଖାଲି

ଦିବସ ରଜନୀ ସାଥି 

       ତୁମକୁ ଭାଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract