ଜୀବନର ଶେଷ ରାତି
ଜୀବନର ଶେଷ ରାତି


ଦିନ ପରେ ଦିନ କଟି ଚାଲିଯାଏ
ସରି ଆସଇ ଆୟୁଷ
କେବେ ଫେରେ ନାହିଁ ଚାଲି ଯାଇଥିବା
ରଜନୀ ଅବା ଦିବସ ।
ଯେତେ ଖୋଜିଲେବି ପଛ କଥା କେବେ
ଫେରି ଆସିପାରେ ନାହିଁ
ଚାଲି ଯାଇଥିବା ଆତ୍ମୀୟ ସ୍ଵଜନ
ଆଉ କେବେ ଫେରେ ନାହିଁ
ତା ସାଥେ ଘଟିବା ପ୍ରତିଟି ଘଟଣା
ସ୍ମୃତି ହୋଇ ରହିଯାଏ
ଅତି ପ୍ରିୟ ସେହି ଆପଣା ଲୋକଟି
ଛାଡ଼ି ଯେବେ ଚାଲି ଯାଏ ।
ଅନ୍ତିମ ସମୟ ଆସିଗଲେ ଥରେ
କେହି ପାରିବେନି ରଖି
ଅଧା ରହିଯାଏ ଯେତେ ସବୁ ଆଶା
ଉଡ଼ିଯାଏ ପ୍ରାଣ ପକ୍ଷୀ ।
ଅସରନ୍ତି ସ୍ବପ୍ନ ଅୟୁତ କାମନା
ରହିଯାଏ ଅଧା ହୋଇ
କିଏ ବା ରହିଛି କିଏ ବା ରହିବ
ମରଣଶୀଳ ଏ ମହୀ ।
ଆଜି ଯିଏ ଅଛି ପାଖରେ ତୁମର
ଦିଅ ତାକୁ ସ୍ନେହ ପ୍ରୀତି
କିଏ ଜାଣେ କେଉଁ ରାତି ହୋଇଯିବ
ଜୀବନର ଶେଷ ରାତି ।