STORYMIRROR

Bhakta Malla

Inspirational

2  

Bhakta Malla

Inspirational

ଜୀବନର ଛନ୍ଦ

ଜୀବନର ଛନ୍ଦ

1 min
13.8K


ବୁଲିଲ ଚଉହଦୀ

ଖେଦି ଗଲ -

ବିଶ୍ଵ ବ୍ରହ୍ମାଣ୍ଡ

ଶୂନ୍ୟ, ମହାଶୂନ୍ୟ

ଆକାଶ ଓ ଜଳଧି !

ପହଞ୍ଚି ନାହଁ

ଏ ଯାଏ -

ଅପହଞ୍ଚ ଥିବା

" ନିଜ ପାଶେ ",

ଶେଷ ହେବ

ସମୟ ଅବଧି !!


ହସିଅଛ

ସବୁ ହସ

ନିଭୃତ କନ୍ଦରେ ,

ହସିଛ କି ଆଉ ଥରେ

ଶିଶୁର ସେ ଖୋଲାହସ

ନିର୍ମଳ ଅନ୍ତରେ ??

ଗାଇ ଅଛ

ଅସରନ୍ତି ଗୀତ

ବିଭିନ୍ନ ରାଗରେ,

ଗାଇଛ କି ଜୀବନ ଗୀତ

ଛନ୍ଦହୀନ

ସହଜ ସୁରରେ ??



ଭକ୍ତ ଚରଣ ମଲ୍ଲ

15th October 2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational