ଜୀବନ
ଜୀବନ
ବନ୍ଧୁ ମନେରଖିଥିବ ଏତକ
ଜୀବନଟା ନୁହେଁ ରାଜପଥ ଜମା
ସେତ ଖାଲଢିପ ଭରା ସଡ଼କ ।
ସାପପରି ଏହି ଅଙ୍କାବଙ୍କା ବାଟେ
ଆନମନା ଯିଏ ହୁଏ
ଦୁଃଖ ଅବସାଦ କରେ ତାକୁ ବାଦ
ନିଦ ତାର ହଜିଯାଏ ।
ଅମୂଲ ମୂଲ ଏ ମଣିଷ ଜୀବନ
ଏକଥା ମନରେ ହେଜି
ଅକାଳେ ପ୍ରମାଦ ପଡେନାହିଁ ଜମା
କାମକଲେ ବୁଝିସୁଝି ।
ଜୀବନ ପଥରେ ଦୋଛକି ପଡିଲେ
ଚଞ୍ଚଳ ହୁଅଇ ମନ
ବିବେକ କଥାରେ ବାଟ ବାଛିନେଲେ
ହେବନାହିଁ ହୀନିମାନ ।
ଆଶା ନିରାଶାର ମରୁ ମରିଚିକା
ମନକୁ ଭୁଲାଇ ଦିଏ
କପାଳତା ଫଟା ହୁଏ ହଟହଟା
ବାଟ ଯିଏ ଭୁଲିଯାଏ ।
ସଞ୍ଜମ ଶୃଙ୍ଖଳା ନୀତି ନୀୟମ କୁ
ମାନି ଯିଏ ଚାଲେ ବାଟ
ହସ ଖୁସିରେ ତା ଜୀବନ ବିତଇ
ଭୋଗେନାହିଁ ଦୁଃଖ କଷ୍ଟ ।
ଈଶ୍ୱରଙ୍କୁ ଭକ୍ତି ପିତାମାତା ସେବା
ଜୀବନର ବଡ ବ୍ରତ
ଧର୍ମ କର୍ମ ଦୟା ସତ୍ୟ ଶାନ୍ତି କ୍ଷମା
ମଧୁର ଜୀବନ ଗୀତ ।
