ଜୀବନ ସରଣୀ
ଜୀବନ ସରଣୀ
ଜୀବନ ନଈରେ
ଦେଖ ଦୁଇଟି ଧାର
ମଧୁର ଚୁମ୍ବନ
ସାଥେ ତିକ୍ତ ଦମ୍ଶନ
ସୁମଧୁର ଆଶ୍ଳେଷ
ସହ ବିଷ ଆଗୋଷ
ଖୁସି ଆଲୋକ
ବେସେ ବୁଲେ ଦୁଷ୍ଟ ଅନ୍ଧାର ।
ଜୀବନ ଦର୍ଶନେ ଥାଏ
ଦୁଇଟି ତୀର
ଅତୀତର ଆର୍ତ୍ତନାଦ ସହ
ଆଶୁ ମରୁଝର
କିଛି ଯୁକ୍ତ ସାମର୍ଥ୍ୟ ସାଥେ
ବିଯୁକ୍ତ ଅନୁଃସ୍ଵର
କଣ୍ଟକ ମିଶ୍ରିତ
ଲମ୍ବା ପଥ ବହୁ ଦୂର
ଧୂସର ଦିଗବଳୟ ଆରପାର ।
ଜୀବନ ଯାପନେ
ଦୁଇ ମୂଖ୍ୟ ଚରିତ୍ର
କୁପାତ୍ରରେ ଭରପୁର
ସୁପାତ୍ର ନିରୁତ୍ତର
କେବେ ବାଚାଳ ପୁଣି
କେବେ ମୌନୀ ଅବତାର
ନିର୍ବାକ ଚଳଚିତ୍ର ପରି ଦିଶେ ଅଙ୍ଗଚିତ୍ର ।
ଜୀବନ ନାଟକେ
ଦୁଇ ସ୍ଵର ଝଙ୍କାର
ବାକ୍ୟବୀର ଅନେକ
କୃଶ କର୍ମବୀର
ଶୂରବୀର ସମସ୍ତେ
ନାହିଁ ପୁଙ୍ଗବ ସୁଧୀର
ତୁଣ୍ଡରେ ହାଣନ୍ତି ମୁଣ୍ଡ
ହଲେଇ ଥରଥର ।
ଜୀବନ ନୌକାରେ
ଆହୁଲା ଦୁଇ
ପ୍ରତିକୂଳ ବେଶି
ଅନୁକୂଳ ସ୍ରୋତେ ଧାଇଁ ନାହିଁ
ଅକାତ କାଢ ଜଳରେ
ବି ଧାଏଁ ସାଇଁ ସାଇଁ
କଳା ଭଉଁରୀର ଡର
ଝଡ଼ ବଢାସ ସୁନାମୀର ତାଣ୍ଡବ
ଅକାଳେ ସକାଳେ ଶେଷ ଜୀବନ ଜୁଇ ।
ଜୀବନ ଚୈହଦୀରେ ବୁଲେ
ଛଦ୍ମବେଶୀ ସୁନା ହରିଣୀ
ଲକ୍ଷଣରେଖା ଡେଉଁ
ଶିକାର କରିବା ପାଇଁ
ଛକାପଞ୍ଜା ଏଠି
ରାମଚନ୍ଦ୍ର ହାରିଯାଏ .
ଦୈଡ଼ି ଧାଇଁ ବିଫଳ
ସତୀ ସୀତା ହୁଏ ଅପହରଣ
ରାବଣ ରୂପୀ ବାହୁବଳୀ
ଅଟ୍ଟହାସ୍ୟେ କଳରବେ ଜୀବନ ସରଣୀ ।
ଜୀବନ ହାଟରୁ ସଭଦା ପାଇଁ
ପେଟ ଚାଖଣ୍ଡକ ପୂରିବା ନେଇ
ମଣିଷ ବିଚରା
ନିଜ ଝାଳ ତୁଣ୍ଡରେ ମାରେ
ଚୋରି ତସ୍କରୀ ମଣିଷ ମାରେ
ପରିବାର ବୋଝ ବୋହି ବୋହି
ଡହଡହ ତତଲା ବୈଶାଖକୁ
ନାଇଁ ଡରେ
ହାଡ଼ଥରା ଶୀତ ରାତି
ନାଇଁ ଖାତିର କରେ
ଜୀବନର ଅନ୍ୟ ନାମ ପରା
ଅନ୍ୟ ପାଇଁ ଜିଇଁବା ସାଇଁ ।
