STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ଜୀବନ କଳ୍ପନା

ଜୀବନ କଳ୍ପନା

1 min
379


କବିତାରେ ଲେଖା ଅଛି ହୃଦୟର ଭାଷା

ଜୀବନକୁ ଜୀବନରେ ଘୋଳିବାର ନିଶା

ଏକା ଏକା ଭାବିବାକୁ ଜୀବନ ଚରିତ୍ର

ସାଥି ନାହିଁ ସଙ୍ଗ ନାହିଁ ଏହା ତ ବିଚିତ୍ର


ମରୁ ପ୍ରାନ୍ତ ନୁହେଁ ଏହା ସତ

ହେଲେବି ଅନ୍ତରେ ମୋର କୋଟି ମରୁ ପ୍ରାନ୍ତ

ତୃଷାର୍ତ ମୁଁ ତୃଷାରେ ଆକୁଳ

ଜୀବନ୍ତ ମୁଁ ମୋ ଜୀବନ ଖୋଜାରେ ବ୍ୟାକୁଳ

କାହାକୁ କି ଭାବି କହିଦେବି ଅନ୍ତରର ବ୍ୟଥା

ହୀନ ଚକ୍ଷୁ ,ଘୁରେ ନିତି କହି ନାନା କଥା

ନିଷ୍ପେସିତ ଲାଗେ ଧିକ୍କାରି ମୋ ପ୍ରାଣ,

କେତେ ବୁଝାଇଲେ ବି ନ ବୁଝେ ମୋ ମନ

କିଏ କହେ ପାପ ତୁ କରିଛୁ,

ଦେଖଣିଆ ହୋଇ ନୀତି ଅନ୍ୟାୟ ବରିଛୁ

ହାସ୍ୟର ହୁଏ ମୁଁ କାଚର ଖେଳନା,

ଭାଙ୍ଗେ ପୁଣି ଗଢିବା ଜାଣେନା,

କିଏ ଅଛି ବସି କଥା ହେବ,

ଅନ୍ତର କଥାକୁ ମୋର ଅନ୍ତରରେ ନେବ,

ଭାଵ ,ବିଶ୍ୱାସର ନୁହଁ ବିଶ୍ୱାସ ଦୃଷ୍ଟିର,,

ତେଣୁ ଏକା ଆଶ୍ରାନିଏ ନିଶବ୍ଦ ପ୍ରାନ୍ତର ll


 


Rate this content
Log in

Similar oriya poem from Abstract