Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଜୀବନ ଏକ ପରୀକ୍ଷାଗାର

ଜୀବନ ଏକ ପରୀକ୍ଷାଗାର

1 min
5



ଆଖି ଖୋଲିଲାଠୁ ମୁଦିଲା ପର୍ଯ୍ୟନ୍ତ

ଏ ମଣିଷ ପ୍ରତିକ୍ଷଣ

କରମ ସାଥିରେ ଯୁଝି ଜିତେ ହାରେ

କରି ଈଶ୍ବର ଚିନ୍ତନ

ଫଳ ସୁଖଦୁଃଖର

ଦେଇଥାନ୍ତି ଯାଚି ପ୍ରଭୁ ଦୟାମୟ

କଷି କଷି ତା' ଅନ୍ତର

ଜୀବନ ଏକ ପରୀକ୍ଷାଗାର ।


ପରୀକ୍ଷା ନିରୀକ୍ଷା କରି ପାଇ ଶିକ୍ଷା

ଆଗକୁ ଆଗକୁ ଧାଏଁ

ବିଫଳୁ ସଫଳ ଉପାୟର ବଳ

ନିଜଠାରୁ ଖୋଜି ପାଏ

ଇଚ୍ଛାଶକ୍ତି ପ୍ରବଳ

ସେଥିପାଇଁ ନବଦିଗନ୍ତର ଆଭା

ଦେଖଇ ହୃଦୟ ତଳ

କରି ଭଲମନ୍ଦକୁ ତଉଲ ।


ଥିଲେ ଅବକାଶ ହୁଏନି ବି ଶେଷ

ଜୀବନେ କେବେ ପରୀକ୍ଷା

ପରୀକ୍ଷାଗାରରେ ହସଲୁହ ଧାରେ

ନିତି ତାହାର ସମୀକ୍ଷା

ଏତ ମାନବ ଗତି

ମନ୍ଦରୁ ଭଲକୁ ହୋଇଲେ ଉତ୍ତୀର୍ଣ୍ଣ

ସତେ ରସାୟନ ପ୍ରାପ୍ତି

ଜୀବ ଖୋଜଇ ପଥ ମୁକତି ।




Rate this content
Log in

Similar oriya poem from Inspirational