ଜୀବନ ଏକ ନଈ
ଜୀବନ ଏକ ନଈ
ଜୀବନ ଏକ ନଈ
ସୁଖଦୁଃଖ ନଈ ପଠା ବାଲିଘର
ଲୁହ,ଲହୁ ତା'ର ଅକାତକାତ ପାଣି
ସେ ନଈରେ ବନ୍ୟା ହେଲେ
ଧସେଇଦିଏ ସୁଖଦୁଃଖର ବାଲିଘର
ଏକୂଳ ସେକୂଳ ଛୁଇଁ ।
ଜୀବନର ନଈ କୂଳେ
ମୋହମାୟା ଏ ଭୈାତିକ ସଂସାରରେ
ବଲିଘର ନିତି ଭାଙ୍ଗେ, ନିତି ଗଢେ
ତଥାପି ଜୀବନ ଉଠିପଡି
ନାଆର ନାଉରିଆକୁ ଡାକେ
ନେଇ ଯା ତୋ ସାଗରକୁ
ପାରିକରି ଏ ଜୀବନ ନଈ।
ଦେହ ବି ଗୋଟେ କାମନାର ନଈ
ସେ ନଈରେ ଯୈାବନ ଏକ ଢେଉ
ଉଚ୍ଛୁଳି ପଡିଲେ ମୋହ,
ସେ ମୋହରେ ମେଣ୍ଟେ ନାହିଁ ତୃଷ୍ଣା
ବଢେ ପ୍ରୀତି ପ୍ରଣୟର ଜ୍ୱାଳା
ସେଥିରେ ନଗ୍ନ ଦେହ ହୁଏ ସ୍ୱାହା।
ମନ ଡଙ୍ଗା ଦେହ ନଈରେ ଭାସେ
କାମନା ଢେଉ ଉଠିଲେ
ମନର ସବୁ ଦମ୍ଭ ଦୋହଲି ଦୋହଲି ଭାଙ୍ଗେ
ଯୈାବନର ତୀକ୍ଷ୍ଣ ସ୍ରୋତରେ ମନ ବୁଡେ,
ମୃତ୍ୟୁ ପୂର୍ବରୁ ଜୀବନରେ
ମନର ମୃତ୍ୟୁ, କାମନାର କ୍ଷୁଧା ପାଇଁ ହୁଏ ।
ଜୀବନ ସତେ ଏକ ନଈ!
ସୁଖଦୁଃଖ,କ୍ଷୁଧା ତୃଷ୍ଣା
ମୋହ ମାୟା,କାମନା ବାସନା
ଏସବୁରୁ ମୁକ୍ତି ହେଲେ
ମହାଜୀବନର ସାଗରତୀରେ
ମିଶିଯିବ ଏ ଜୀବନ ନଈ।