STORYMIRROR

Dr.Sashi Bhushan Mohapatra

Inspirational

3  

Dr.Sashi Bhushan Mohapatra

Inspirational

ଜୀବନ ଏକ ନଈ

ଜୀବନ ଏକ ନଈ

1 min
38


ଜୀବନ ଏକ ନଈ

ସୁଖଦୁଃଖ ନଈ ପଠା ବାଲିଘର

ଲୁହ,ଲହୁ ତା'ର ଅକାତକାତ ପାଣି

ସେ ନଈରେ ବନ୍ୟା ହେଲେ

ଧସେଇଦିଏ ସୁଖଦୁଃଖର ବାଲିଘର

ଏକୂଳ ସେକୂଳ ଛୁଇଁ ।


ଜୀବନର ନଈ କୂଳେ

ମୋହମାୟା ଏ ଭୈାତିକ ସଂସାରରେ

ବଲିଘର ନିତି ଭାଙ୍ଗେ, ନିତି ଗଢେ

ତଥାପି ଜୀବନ ଉଠିପଡି

ନାଆର ନାଉରିଆକୁ ଡାକେ

ନେଇ ଯା ତୋ ସାଗରକୁ

ପାରିକରି ଏ ଜୀବନ ନଈ।


ଦେହ ବି ଗୋଟେ କାମନାର ନଈ

ସେ ନଈରେ ଯୈାବନ ଏକ ଢେଉ

ଉଚ୍ଛୁଳି ପଡିଲେ ମୋହ,

ସେ ମୋହରେ ମେଣ୍ଟେ ନାହିଁ ତୃଷ୍ଣା

ବଢେ ପ୍ରୀତି ପ୍ରଣୟର ଜ୍ୱାଳା

ସେଥିରେ ନଗ୍ନ ଦେହ ହୁଏ ସ୍ୱାହା।


ମନ ଡଙ୍ଗା ଦେହ ନଈରେ ଭାସେ

କାମନା ଢେଉ ଉଠିଲେ

ମନର ସବୁ ଦମ୍ଭ ଦୋହଲି ଦୋହଲି ଭାଙ୍ଗେ

ଯୈାବନର ତୀକ୍ଷ୍ଣ ସ୍ରୋତରେ ମନ ବୁଡେ,

ମୃତ୍ୟୁ ପୂର୍ବରୁ ଜୀବନରେ

ମନର ମୃତ୍ୟୁ, କାମନାର କ୍ଷୁଧା ପାଇଁ ହୁଏ ।


ଜୀବନ ସତେ ଏକ ନଈ!


ସୁଖଦୁଃଖ,କ୍ଷୁଧା ତୃଷ୍ଣା 

ମୋହ ମାୟା,କାମନା ବାସନା

ଏସବୁରୁ ମୁକ୍ତି ହେଲେ

ମହାଜୀବନର ସାଗରତୀରେ

ମିଶିଯିବ ଏ ଜୀବନ ନଈ।



Rate this content
Log in

Similar oriya poem from Inspirational