STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଜୀବନ ଦର୍ଶନ

ଜୀବନ ଦର୍ଶନ

1 min
56

ଯେତେ ଭିଡ଼ିମୋଡି ଧରିଲେ ପରା

ଯେତେ ଗଣ୍ଠି ଆଣ୍ଟି ଭିଡିଲେ ସାରା ।


ଖସରି ପଳାଏ ତାକୁ ଧରି ହୁଏନା 

ଦୌଡି ମାଡ଼ିଯାଏ ସେ ଧରା ଦିଏନା ।


ଇଏ ହେଉଛି ସମୟ ଟାଇମ୍ ଭାଇ

ଖେଳ ଖେଳୁଛି ହୋଇ ଖରା ଛାଇ ।


ଚାଲେ ଥେଇ ଥେଇ ଅବଶ ନାହିଁ

 ଧାଏଁ ଡେଇଁ ଡେଇଁ ଆଗକୁ ଚାହିଁ ।


ବାସ୍ତବରେ ବଦଳିଯାଏ ଉପରମୁଁହି

କ୍ଷଣ କ୍ଷଣକେ ଆନ ତରକୀସାଇଁ ।


ଦିନୁ ଦିନ ତାରିଖ ବଦଳେ

କ୍ୟାଲେଣ୍ଡରରେ ପୃଷ୍ଠା ଓଲଟିଲେ

ଦିନ ବାର ତିଥି ବି ବଢିଚାଲେ

ଜୀବନ ପୃଷ୍ଠା ବି ଦୈଡ଼ିଚାଲେ

ନିଜ ବୟସ ପାଦପ ବି ମାଡିଚାଲେ

ବାଲ୍ୟ କିଶୋର ପିଠିରେ 

ସମୟ ବି ସାଥେ ସାଥେ ଉଡିଚାଲେ

ଜୀବନ ଲତାର ସାଥିରେ

 ଆମର ଆଚାର ବ୍ୟବହାର ବଦଳେ

 ପରିସ୍ଥିତିର ଋତୁଚକ୍ରରେ

 ଆମର ଚିନ୍ତା ଚେତନା ଚୈତନ୍ୟ

 ପିନ୍ଧି ନିଏ ନୂଆ ଚିତା 

ଲଲାଟରେ ବହୁରୂପୀ ଏଣ୍ଡୁଅ ପରି

ସମୟର ଚୈହଦୀରେ ।


ପରନ୍ତୁ ଗୋଟେ ଜିନିଷ 

   କେବେ ବଦଳେନି

ଆମେ ନିଜେ ଓ ନିଜର ବ୍ୟକ୍ତିତ୍ଵ

ଆଉ ଖାଲି ଏହାରି ପାଇଁ 

    ଲାଗେ ଲଢେଇ

ବଂଚେଇବାକୁ ପଡ଼େ ଅସ୍ମିତା ଅସ୍ତିତ୍ଵ

ସମୟ ବଦଳୁ ଜୀବନର 

    ଭର୍ତ୍ତିର୍ଣ୍ଣ ଅପରାହ୍ନ

ଲାଗୁଛି ସାରା ଦୁନିଆ ବଦଳିଛି

କେବଳ " ଆମେ" ନବଦଳି 

    ଉଚ୍ଛନ୍ନ ସାୟାହ୍ନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational