STORYMIRROR

MADHU MITA

Abstract

3  

MADHU MITA

Abstract

ଝୁଣ୍ଟା ସମୀକ୍ଷା

ଝୁଣ୍ଟା ସମୀକ୍ଷା

1 min
203


ଚାଲୁ ଚାଲୁ ମଣିଷ ଝୁଣ୍ଟିପଡେ…

ଘନ ଅନ୍ଧାରରେ

ବାଟ ଦିଶେ ନାହିଁ

ଆଖି ଥାଇ ମଧ୍ୟ ଦେଖି ପାରେନା

କେହି ସେ ଅନ୍ଧକାରରେ…!


ପୁଣି କେତେବେଳେ ଝୁଣ୍ଟିପଡେ

ଅସାବଧାନତାରେ

ସତର୍କ ରହି ଥାଉ ଥାଉ

ସମ୍ଭାଳି ପାରେନା

ନିଜକୁ…ସେ ସେହି ମୁହୂର୍ତ୍ତରେ…!


ପୁଣି ଝୁଣ୍ଟି ପଡେ କେବେ କେବେ

କେହି ଜଣେ ଧରିଦେବା ଆଶା ନେଇ

ଜାଣି ଜାଣି ଝୁଣ୍ଟି ଯିବାର ମଜା

କିନ୍ତୁ...ନିଆରା.. ଥାଏ

କେଜାଣି କି ଆନନ୍ଦ ଥାଏ

ସେ ମିଛି ମିଛିକା ଝୁଣ୍ଟିଯିବାରେ…!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract