STORYMIRROR

Kanduri Charan Rout

Tragedy

4  

Kanduri Charan Rout

Tragedy

ଜହ୍ନର ଠିକଣା

ଜହ୍ନର ଠିକଣା

1 min
261


ମନର ବିହଙ୍ଗ ଉଡ଼ୁଥିଲା ଦିନେ

ଇନ୍ଦ୍ରଧନୁମୟ ନଭେ

ଝଡ଼ ବତାସକୁ ନ ଥିଲା ଖାତର

ନ ଥିଲା ତ ଡର ଲବେ ।


ବର୍ଷଣ ମୁଖର ଅନ୍ଧାର ରାତିରେ

ନ ଥିଲା ମନରେ ଭୀତି

ସେ ରଙ୍ଗୀନ ଡେଣା ରଙ୍ଗହୀନ ଲାଗେ

ଥରି ଉଠେ ଏବେ ଛାତି ।


ବାଦଲରେ ଢଙ୍କା ମନ ଆକାଶରୁ 

ଜ୍ୟୋତ୍ସ୍ନା ଯାଇଛି ମରି

ଜହ୍ନର ଠିକଣା ବତୁରି ଯାଇଛି

ଆଖିରୁ ଲୋତକ ଝରି ।


ଜହ୍ନକୁ ଦେଖିବା ସପନ ମୋ ପାଇଁ

ଲୁହରେ ଭିଜୁଛି ଛାତି

ଏ ଜୀବନ ଏବେ ଜହର ସମାନ

ସରେନି ମୋ ଅମା ରାତି ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy