Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Romance

3  

ABADHOOT PANDA

Romance

ଝିଅ ସାଙ୍ଗ ପୁଅ ସାଙ୍ଗ

ଝିଅ ସାଙ୍ଗ ପୁଅ ସାଙ୍ଗ

2 mins
218


ଏକବିଂଶ ଶତାବ୍ଦୀର ଅଭିନଵ ସଂସ୍କୃତି

ଝିଅ ସାଙ୍ଗ ଆଉ ପୁଅ ସାଙ୍ଗ କରଣ ନୀତି l


ମନ ଖୁସି କରି ପାଠ ପଢ଼ିବାକୁ ପାଠଶାଳେ

ଖାଇବା ଛୁଟିରେ ସାଧାରଣ କୋଠରୀରେ l


ଗପ ସପ ପାଠ ବୁଝା ବୁଝି ସବୁ ଚାଲେ

ସେଠି ନରଖି ଲୁଚା ଛପା ତାରୁଣ୍ୟ ମନରେ l


ବେଳେ ବେଳେ କନ୍ଦର୍ପ ଦେବଙ୍କ ପରୀକ୍ଷା

ଫୁଲ ଧନୁ ବିନ୍ଧା ଅଦୃଶ୍ୟ ପବନେ ସମୀକ୍ଷା l


ଶିକ୍ଷାନବିଶ ତନୁମନ୍ଦିରର ବାହ୍ୟ ମିଥୁନ

କରେ କି ନକରେ ବ୍ୟାକୁଳ ଚପଳ ମନ l


ପରଖନ୍ତି କନ୍ଦର୍ପ ଟିକି ନିକି ଶିକ୍ଷାର୍ଥୀ ଗଣେ

କେତେ ମନ ଲାଗିଛି ପିଲାଙ୍କ ପାଠ ଟାଣେ l


ଟାଣୁଆ କି ଅଟାଣୁଆ ମନ ଲକ୍ଷ୍ୟ ସାଧନେ

ଜାଣି ନିଅନ୍ତି ସେ ଥାଇ ଅଦୃଶ୍ୟେ ନିଜ ଗୁଣେ l


କନ୍ଦର୍ପ ଦେବଙ୍କ ପରଖ ଭାରି ଟାଣୁଆ ସତେ

ପାଠଶାଳାର ପରୀକ୍ଷକଙ୍କ ଜ୍ଞାନଠୁଁ ବହୁତେ l


ଫୁଲଶର ପରୀକ୍ଷାରେ ପିଲା ହେଲେ ଉତ୍ତୀର୍ଣ୍ଣ 

ତେବେ ସେ ଜାଣିବେ ପାଠୁଆ ପାଠେଇ ଗୁଣ l


ଗୁରୁଗୁରୁମାଆଙ୍କ ଅନୁଶାସନ ତ କରେନି କାମ

ଆଜିକାଲିର ସେମାନେ ପିଲାଙ୍କ କପାଳ ବାମ l


ଜବାବ ଦିଅନ୍ତି ପିଲାଏ ତାଡ଼ନା ନସହି ଜମା

ଗୁରୁଗୁରୁମାଙ୍କ ମନେ ହୋଇଯାଏ ତିକ୍ତତା ଜମା l


ଶିକ୍ଷାଦାନ ପ୍ରତି ମନ ଅମନା ହୁଏ ସଦା ତାଙ୍କର

ପ୍ରତିକ୍ରିୟାଶୀଳ ମନେ ଜାଗେ ଅପଅର୍ଥ ପିପାସାର l


ନିଜ ଘରେ ପଢ଼ାନ୍ତି ପାଠ ଗୁରୁ ଗୁରୁମା ବାଧ୍ୟରେ

ପୁଅ ସାଙ୍ଗ ଝିଅ ସାଙ୍ଗ ଲୀଳା ରହେନି ସେଠାରେ l


ବଢ଼ିଯାନ୍ତି ଶିକ୍ଷର୍ଥୀଗଣେ ତନୁମନେ ଭରେ ତାରୁଣ୍ୟ

ପାଠପଢ଼ା ଅନ୍ତେ ଖୋଜି ବୁଲନ୍ତି ଜୀବିକା ତକ୍ଷଣ l


ବିବାହ ବୟସ କରେ ସଦା ଆତୁର ପ୍ରାଣ ତାଙ୍କର

ମନେ ମନେ ଭାବି ଚାଲନ୍ତି ପ୍ରଣୟ ଗାଥା ସାଙ୍ଗର l


ମାବାପାଙ୍କ ମୁଣ୍ଡ ବଥାଏ ବାନ୍ଧିବାକୁ ସଂସାର ଡୋରେ

ବୁଝାନ୍ତି ନିଜ ଝିଅ ପୁଅଙ୍କୁ ସେମାନେ ସ୍ଵସମାଜ ଡରେ l


କହିଦେ ପୁଅରେ ପାଇଛୁ ଭଲ କୋଉଠି କାହାକୁକି ?

ସଫା କହିଦେ କନ୍ୟା ଆମେ ଆଉ ଖୋଜିବୁ କାହିଁକି l


କହିଦେ ଝିଅଲୋ ପାଇଛୁ ଭଲ କୋଉଠି କାହାକୁକି?

ସଫା କହିଦେ ବର ଆମେ ଆଉ ଖୋଜିବୁ କାହିଁକି l


ପୁଅଝିଅ ଯଦି ଛୁପାନ୍ତି ସତକୁ ମନେ ଦୋଦୋପାଞ୍ଚେ

ସାଇ ପଡ଼ିଶାଙ୍କ ପାରା ଆଖି ନାଚିଉଠେ ଭୃକୁଞ୍ଚେ l


ସତ କଥା ଶୁଣି ଯେବେ ମାବାପ ଯଦି ହୁଅନ୍ତି ଅରାଜି

ଜାତିଆଣ କଥା ଉଠେଇ ଭାଙ୍ଗନ୍ତି ମିଆଁ-ଵିବି-ରାଜି l


ତେବେ ଦୁର୍ବଳମନା ଝିଅ ପୁଅ ଗଣେ ପଡ଼ନ୍ତି ଭାଙ୍ଗି

ଅକାରଣେ ବେକରେ ଲଗାନ୍ତି ଫାଶ ପଙ୍ଖାରେ ଟାଙ୍ଗୀ l


ନହେଲେ ପିଅନ୍ତି ପୁଏ ବିଷ ପାଣି ଲୁଚି ସକ୍ରେଟିସ ସାଜି

ଆଉ କାନ୍ଦି କାନ୍ଦି ଝିଏ ପିଅନ୍ତି ବିଷ ମୀରାବାଇ ସାଜି l


ଟାଣୁଆ ମନୁଆ ମନୋଇ ପୁଅ ଝିଅ ମାନେ କରନ୍ତି ହଟ

ମନଲାଖି ପୁଅଝିଅସାଙ୍ଗେ ଯାଇ ଦେଖନ୍ତି କଚେରୀବାଟ l


ମା ବାପା ଯଦି ହେଲେ କୋହଳ ଝିଅ ପୁଅ ମନ ରଖି

ସରଗ ଚାନ୍ଦ ମୁଣ୍ଡେ ଖସିପଡ଼େ ସେମାନଙ୍କ ସଦା ନୀରିଖି l


ଝିଅ ସାଙ୍ଗ ପୁଅ ସାଙ୍ଗ ଆଜିକାଲି ଯୁଗର ଫେଶନ ଆଜ୍ଞା

କନ୍ଦର୍ପଙ୍କ ପରୀକ୍ଷାରେ ଫେଲ ଆଣିଦିଏ ତାଙ୍କୁ ଗୁରୁଅବଜ୍ଞା l


ଯେଉଁ ପିଲା କରନ୍ତି ପାସ ସବୁଠି ସେମାନେ ପାନ୍ତି ସାବାସ

ବୟ ଫ୍ରେଣ୍ଡ ଗାର୍ଲ ଫ୍ରେଣ୍ଡ ରବେୟା ଭଲ ଓ ମନ୍ଦର ଆସର l



Rate this content
Log in

Similar oriya poem from Romance