STORYMIRROR

DILIP KUMAR SAHOO

Tragedy Others

4.6  

DILIP KUMAR SAHOO

Tragedy Others

ଝଡି ଆଉ ବରଷା ବଢି

ଝଡି ଆଉ ବରଷା ବଢି

1 min
12.2K



    ବଉଦ ଭାଷେରେ ବରଷା ଆସେରେ

    କୋହଲା କୋହଲା ପାଗ

    ମେଘ ଘଡଘଡି ବିଜୁଳି ସାଥିରେ

    ଝଡି ଆଉ ବଢି ସାଙ୍ଗ


    କାଳବଈଶାଖି ଭାଙ୍ଗିଦେଇଥିଲା

    ପଦନା ଭାଇର ଘର

    ଜରିପାଲ ତଳେ ଦିନ ବିତେ ତାର

    ବରଷାକୁ ଭାରି ଡର


   ସବୁ ବର୍ଷ ଏବେ ସହରରେ ଆମ

   ନାଳ ନର୍ଦ୍ଦମାରେ ବଢି

   ମୂଷଳ ଧାରାରେ ବରଷା ହୋଇଲେ

   ଘରଦ୍ୱାର ଯାଏ ବୁଡି


   ବିଜୁଳି ମାରିଲେ ଛନକା ପସଇ

   ମେଘରାଜା ମାରେ ବାଣ

   ଘଡଘଡି ରଡି ଗଡାଇ ଦିଏରେ

   କେତେଯେ ନୀରିହ ପ୍ରାଣ


   ଝିପିଝିପି ବର୍ଷା ଲାଗିରହେ ଯଦି

   ଲାଗିରହେ ଯଦି ଝଡି

   ରାତିବି ଛାନିଆ ମାଟିବି ଛାନିଆ

   ଛାନିଆ କରଇ ବଢି


   ବରଷା ପାଣିର ଶୁଅ ଧୋଇନିଏ

   ଟାଙ୍ଗରା ପଡିଆ ଭୂଇଁ

   ମାଟି ଧୋଇହୋଇ ପୋତିହୋଇଯାଏ

   ପୋଖରୀ ଝରଣା ନଈ

   

   ଝଡିବରଷାରେ ଉଛୁଳେଇ ପାଣି

   ନଈ ଛାତି ଫୁଲିଯାଏ

   ଅଗଭୀରା ନଈ ପାଣି ବନ୍ଧ ଡେଇଁ

   ବିଲବାଡି ବୁଡିଯାଏ


   ସମୁଦ୍ର ପରାଏ ଲାଗଇ ଯେମିତି

   ପାଣି ପୁରି ବିଲ ବାଡି

   ବୁଢା ବେଙ୍ଗ ଗାତେ ପାଣି ପସିଯାଏ

   ରାତିରେ କରେସେ ରଡି 


   ବଢି ଯଦି ନିଏ କରାଳ ରୂପରେ

   ଗାଁଗଣ୍ଡା ଭାଷିଯାଏ

   ନିରୀହ ମଣିଷ ଦରୋଟି ଓଠରୂ

   ହସ ସବୁ ଲୁଟିନିଏ


   ବରଷା ନହେଲେ ଡହଳବିକଳ

   ଶୁଖିଯାଏ ନଈନାଳ

   ବରଷା ହୋଇଲେ ମନଖୁସି ହୁଏ

   ବେଶି ବର୍ଷା ହୁଏ କାଳ


Rate this content
Log in