Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ଜଗତ କଲ୍ୟାଣ

ଜଗତ କଲ୍ୟାଣ

1 min
170



ଭବିଷ୍ୟତ ପାଇଁ ସଞ୍ଚୟ ଜୀବନ ବୀମା

ଧାନ ଚାଷ ପାଇଁ ଢ଼ାଲ ଫସଲ ବୀମା

ବୀମାର ହେଲେ ଆୟୁଧ ସ୍ୱାସ୍ଥ୍ୟବୀମା

ପରନ୍ତୁ

ମନ ଜଳିଗଲେ

ସପନ ଚୂନା ହେଲେ 

ହୃଦୟ ଭାଙ୍ଗିଗଲେ

କେଉଁ ବୀମା -ଯୋଜନା -ସୁରକ୍ଷା କରିବା

କହିବେ କି ଦୟାକରି ? 


ଟାଣ ଖରା ପାଇଁ ଛତା ସୁରକ୍ଷା

ବର୍ଷା ବରଷିଲେ ଛଡା ହିଁ ରକ୍ଷା

ବାଇକ୍ ଚଲେଇଲେ ହେଲମେଟ୍ 

ଜୀବନ ଭୀକ୍ଷା

ପରନ୍ତୁ

ଆଖି ବରଷିଲେ ବରକୋଳିଆ

ଟପ୍ ଟପ୍ ଥମ୍ ଥମ୍ ଅମାନିଆ

ଅଭିମାନିଆ ଘରକୋଣିଆ 

କେଉଁ ରକ୍ଷା - ସୁରକ୍ଷାର ଛତ୍ରି ନେବା

କହିବେ କି ଦୟାକରି ?


ଅଣ୍ଡିଆ ଗୋଡ଼େଇଲେ ଦୌଡ଼ି ପଳାୟନ

ବାଘ ହେଣ୍ଟାଳିଲେ ବୃକ୍ଷ ଆରୋହଣ

ଭାଲୁ ଆକ୍ରମଣେ ଶବାସନ ଶୟନ

ପରନ୍ତୁ

ଅହଁକାର ଗର୍ଜନରେ

ଅଭିମାନ ତର୍ଜନରେ

ଦୁଃର୍ଜନ ବର୍ଜନରେ 

କେଉଁ ମାଧ୍ୟମ - ସାଧ୍ୟମ ଆପଣେଇବା

କହିବେ କି ଦୟାକରି ?


କଣ୍ଟା ଫୋଡିଗଲେ ବାହାର କରିହେବ

ବଥ ବାହାରିଲେ ଫଟେଇ ଦେଇ ହେବ

ବ୍ରଣ ବାହାରିଲେ ଡାକ୍ତର ପାଖକୁ ନେବ

ସାପ କାମୁଡିଲେ ଏଣ୍ଟି ଭେନମ୍

 ଇଞ୍ଜେକସନ ଦେବ 

ପରନ୍ତୁ 

କଥା ଫୋଡିଲେ

ବିକ୍ରୋକ୍ତି କାଟିଲେ

କଟୁକ୍ତି ବାଧିଲେ

କେଉଁ ସୁ-ଉପାୟ ହାତେଇବା

କହିବେ କି ଦୟାକରି ?


ଦେହ ଖରାପ ଔଷଧ ସେବନ

ପେଟ ଖରାପ ଓଆରଏସ୍‌ ଦ୍ରବଣ

ମୁଣ୍ଡବ୍ୟଥା ଝଣ୍ଡୁବାମ୍ ଲେପନ

ପରନ୍ତୁ

ବେଦନା ଘାରିଲେ

ଚେତନା ମରିଲ

ଦୁଃଖର ପାହାଡ଼ ଭାଙ୍ଗିଲେ

କେଉଁ ବାମ୍ - ଟ୍ୟାବଲେଟ୍ ନେବା

କହିବେ କି ଦୟାକରି ?


ଅସରନ୍ତି ଅକଳନ୍ତି ସମସ୍ୟା ଉପରେ

  ଶୋଇଛେ ଚାଲିଛେ ଆମେ

ସମାଧାନ କଥା ଉପଦେଶ ଗାଥା

  ଗୁରବେ ସରବେ ତୁମେ ।


ନିଜେ ସମାଧାନ ଖୋଜ ଶୁଣ ସବୁରି

  ଛନ୍ଦାଚରଣ ଶରଣ

ବୀମା କମ୍ପାନୀ ଶସ୍ତା ଆମଦାନୀ

  ତ୍ରାହି କର ଜଗତ କଲ୍ୟାଣ ।



Rate this content
Log in