STORYMIRROR

Manorama Mohanty

Classics

2  

Manorama Mohanty

Classics

ଜଗନ୍ନାଥ ହେ......

ଜଗନ୍ନାଥ ହେ......

1 min
201


ଜଗନ୍ନାଥ ହେ......, 

    ତୋତେ ମାଗୁନି କିଛି, 

ସ୍ନେହ କରୁଣାର ଭଣ୍ଡାର ଖୋଲି ତୁ

ମୋ ମଥାରେ ଟିକେ ଦେ'ରେ ବିଞ୍ଚି 

    ଜଗନ୍ନାଥ ହେ... ତୋତେ (1)

ମଣିଷ ଜାତିଟା ବଡ଼ ଅବିଶ୍ୱାସୀ 

    ମଣିଷପଣିଆ ଗଲାଣି ହଜି, 

କେହି ବୁଝେନାହିଁ କାହା ମନବ୍ୟଥା 

    ନିଜ ସ୍ଵାର୍ଥେ ନିଜେ ରହନ୍ତିମଜ୍ଜି 

ନିଜ ଆସନର ପ୍ରାଧାନ୍ୟ ମୋହ ରେ 

     ତୋ ବଡ଼ପଣିଆ ନପାରେବୁଝି 

     ଜଗନ୍ନାଥ ହେ.... ତୋତେ(2)

ସଦଭାବନା ଦିଅ ଜଗତବାସୀଙ୍କୁ 

ଭକ୍ତି ରସ ଭାବ ଦେ ତୁ ସିଞ୍ଚି, 

କଳଙ୍କ ନ ଲାଗୁ ତୋ ନାମ ଧାମକୁ 

   ବିଲୟ ନହେଉ ତୋହରି ସୃଷ୍ଟି 

ସବୁରି ପ୍ରାଣର ତୁମେ ତ ସ୍ପନ୍ଦନ 

ଦିବ୍ୟ ଶକ୍ତିରୂପେ ଥାଅ ବିରାଜି 

    ଜଗନ୍ନାଥ ହେ.... ତୋତେ(3)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics