Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Inspirational Others

3  

Arjuni charan Behera

Comedy Inspirational Others

ଜାଗର ପରେ

ଜାଗର ପରେ

1 min
150


 

ଉଜାଗର ରହି ଜାଗର ଜାଳିଲ

                ପୂଜିଲ ଭୋଳାଶଙ୍କର l

ବୁଝାଇ କହିବ ହେ ବନ୍ଧୁ ମାଧବ

                 କି ଅବା ଲଭିଲ ବର ll

ଅବା ଧନ ଜନ ରମଣୀ ରତନ

                  କି ଅବା କାଞ୍ଚନ ମଣି l

ଶିବ ଆଶୁତୋଷ ଅଳପେ ସନ୍ତୋଷ

                 ବର ଦ୍ୟନ୍ତି ମନ ଜାଣି ll

ଅବା ଜ୍ଞାନ ବୁଦ୍ଧି ଲଭିଲ ସୁବୁଦ୍ଧି

                    ମାନ ଗଉରବ ଯଶ l

ସର୍ବଜ୍ଞାତା ଦାତା ମେନାଙ୍କ ଜାମାତା

            ହୋଇଲେ କି ଭାଇ ତୋଷ ll

ବାସୁଆ ବଳଦ ବିରାଟ କୁକ୍କୁଦ

                   ମାରିଲକି ଭାଇ ହାତ l

ଶିବ ଦରଶନ ଶିବଙ୍କ ବାହନ

                 ଅବା କି ମାଇଲା ଲାତ ll

ଶିବ ଆଶୁତୋଷ ଅଳପେ ସନ୍ତୋଷ

                     କୁହନ୍ତି ସରବେ ଭାଇ l

ଶିବ ହଟହଟା ଜାଣିଥିବ କଥା

                  ଅପାତ୍ରରେ ବର ଦେଇ ll

ହାତେ ମୁଣ୍ଡ ଦେବ ଭଷ୍ମ ସେ ହୋଇବ

                    ଭସ୍ମାସୁରେ ବର ଦେଇ l

ତହୁଁ ଶିବ ଭୋଳା ହୋଇଲେ ଲଙ୍ଗଳା

                     ପ୍ରାଣ ବିକଳେ ପଳାଇ ll

ଗରଳ ପିଇଲେ ନୀଳକଣ୍ଠ ହେଲେ

                     ସଂସାର ରଖିଲେ ହର l

ମୋହିନୀ ମାୟାରେ ମୋହିତ ହୋଇଲେ

                    କାମେ କାମାରି ଶଙ୍କର ll

ଏ କେଉଁ ଦେବତା ପୂଜୁଅଛ ଭାଇ

                      ଶ୍ମଶାନ ଯାହାଙ୍କ ବାସ l

ଭୁଜଙ୍ଗ ଭୂଷଣ ସର୍ବାଙ୍ଗେ ଦୂଷଣ

                   ବୋଳି ହୋଇଥାଏ ଭଷ୍ମ ll

ମୂଳରୁ ପାଗଳା ଭୋଳା ସେ ଲଙ୍ଗଳା

                  ତପେ ଅବା କୋପେ ବର l

କେଉଁ ବର ଦେଲେ ତୁମ୍ଭଙ୍କୁ ହେ ଭାଇ

                   ସନ୍ଦେହ ଲାଗୁଛି ମୋର ll

ଶିବ ବ୍ରହ୍ମମୟ ବ୍ରହ୍ମଜ୍ଞାନେ ଧ୍ୟେୟ

                      ହୃଦୟେ କର ଆଳୟ l

ଜାଗର ଜାଳିଲ ପୁଣ୍ୟ ଅରଜିଲ

                   ଯାଇ ତୁମ୍ଭେ ଦେବାଳୟ ll

ସଦା ପୂଜ୍ୟ ମୋର ସେ ଭୋଳା ଶଙ୍କର

                       ସତ୍ୟ ସୁନ୍ଦର ସ୍ୱରୂପ l

ଦୁଇପଦ କଥା ଲେଖି ଗଲା ବ୍ୟଥା

                     ପ୍ରଭୁ କରିବନି କୋପ ll

ନମଃ ନମଃ ହର ନମଃ ମହେଶ୍ୱର

                       ନମସ୍ତେ ଡମ୍ବରୁଧର l

ନମଃ ମହାଦେବ ଗଉରୀଙ୍କ ଧବ

                ନମଃ ହେ କର୍ପୁରଗୌର ll

                  


Rate this content
Log in