STORYMIRROR

Mamina Sahoo

Children

4  

Mamina Sahoo

Children

ଜାଗିଉଠ ନୂଆ ଯୁବଗଣ

ଜାଗିଉଠ ନୂଆ ଯୁବଗଣ

1 min
270

ଜଗିଉଠ ନୂଆ ଯୁବଗଣ

ଭରିଦେଇ ଚାଲ ନୂଆ ପ୍ରାଣ

ସମୃଦ୍ଧିତ କର ପଥ ମାନ

ସବୁ ପ୍ରତିଭା ଘଟୁ ସ୍ପୁହରଣ l


ଜାଗିଉଠ ନୂଆ ଯୁବଗଣ

ଲହୁଲୁହ ହେଉ ସମ୍ବରଣ

ନିଶା କାରବାର ସଦା ବର୍ଜନୀୟ

ସତ୍ୟ ପଥ କର ଅନୁସରଣ l


ଜାଗିଉଠ ନୂଆ ଯୁବଗଣ

ବିବେକାନନ୍ଦଙ୍କ ଆସ୍ଫାଳନ

ସର୍ବ ଉକ୍ତି କର କରଣୀୟ

ସ୍ୱେଚ୍ଛାସେବୀ ରୂପ କରି ଧାରଣ l


ଜାଗିଉଠ ନୂଆ ଯୁବଗଣ

ପରିସ୍ଥିତି ଦେଖି ନ ହୁଅ ମ୍ରିୟମାଣ

ସତ୍ୟତା ପରିଧି ନକର ଉଲଂଘନ

ନିଜ ଅଭିନୟେ ହୁଅ ଲିପ୍ତପଣ l


ଜାଗିଉଠ ନୂଆ ଯୁବଗଣ

ସେବା ମନବୃତ୍ତି କରି ପୋଷଣ

ମାନବକୁ ଦେବା ଆପଣାପଣ

ଈଶ୍ୱରଙ୍କୁ କରି ଅନ୍ୱେଷଣ

ଜାଗିଉଠ ନୂଆ ଯୁବ ଗଣ l



Rate this content
Log in

Similar oriya poem from Children