Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ଇସ୍ତାହାର

ଇସ୍ତାହାର

1 min
4



ସାପ୍ତାହିକ ପାକ୍ଷିକ ମାସିକ ସାନ୍ମାଷିକ ଅବା ବାର୍ଷିକ

ପରୀକ୍ଷା ନିରୀକ୍ଷା ହେବ ହିଁ ହେବ

ଦିନ ରାତି ସପ୍ତାହ ମାସ ଅବା ସମ୍ବତ୍ସର

ସମୟ ଗଡିବ ଚଢିବ ହିଁ ବଢିବ


ମଞ୍ଜି ଭୃଣ ଗଜା ଦ୍ଵି-ପତ୍ର ଅବା ଚାରା

କିଶଳୟ ଗଜୁରିବ ହିଁ ଲମ୍ବିବ

ପବନ ବାତ୍ୟା ଅଣଚାଷ ତୁଫାନ ଅବା ଲଘୁଚାପ

ପ୍ରକୃତି ତାଣ୍ଡବ ରଚିବ ହିଁ ରଚିବ


ପ୍ରତିପଦ ଦ୍ଵିତୀୟା ନବମୀ ଅବା ପୂର୍ଣ୍ଣିମା

ଚନ୍ଦ୍ରକଳା ପରି ଚନ୍ଦ୍ର ବଢିବ ହିଁ ଛିଡିବ

ଗଛ ପତ୍ର କଢ଼ ଫୁଲ ଅବା ଫୁଲ ପେନ୍ଥା

ସୁବାସ ବାସିବ ବିତରିବ ହିଁ ବାଣ୍ଟିବ


ଖରା ବାଷ୍ପ ବାଦଲ ଅବା ବର୍ଷା

ଅସରନ୍ତି ଜଳଚକ୍ର ଚାଲିବ ହିଁ ଚାଲିବ

ପ୍ରକୃତି ହେଉ ଅବା ଜୀବଜଗତ

ସବୁ ପରିସ୍ଥିତି ତନ୍ତ୍ରେ ନଛୋଡ଼ବନ୍ଧା

ପ୍ରାଣି ଜଗତ - ପାଦପ ଜଗତ

 ରୁହନ୍ତି ମିଳିମିଶି ଦୈବିଧନ୍ଦା


କେବଳ ସ୍ୱାର୍ଥପର ମଣିଷ ଭାଙ୍ଗିଦିଏ

ସୂକ୍ଷ୍ମ ପରିପୂରକ ମନ୍ତ୍ର

ମଣିଷ ଉନ୍ନତ ପଶୁ ବଂଶଜ

ସମୟ ସୁବିଧା ଦେଖି ବଦଳାଏ

ମାଂସଭୋଜୀ ତୃଣଭୋଜୀ ଅବା ସର୍ବଭୋଜୀ

ସମସ୍ତଙ୍କୁ ମାରେ ହାଣେ କିମା ବନାଏ

କେବଳ ଉଦର ଶାନ୍ତି ପାଇଁ ନୁହଁ

ସର୍ବେସର୍ବାର ଡିନ୍ଡିମ ହାଙ୍କେ ବଣଭୋଜି ।


ସମୟ ଚକ୍ରରେ ଆସେ ଆମୂଳଚୂଳ ପରିବର୍ତ୍ତନ

ଖୋଜେ ନୂଆ ଦିଗଦର୍ଶନ

ଶଳା ! ଏ ଦୁନିଆଟା ବଡ଼ ଖରାପ

ଦଣ୍ଡେ ନିମିଷେ ରହିବାକୁ ଇଛା ନାହିଁ ମୋ ବୋପା


ଭାଇ ! ଶୁଣିବେ କି

କେତେ ଫୁଟାଣିଆ କରିତକର୍ମାମାନେ ଗଲେଣି

କେତେ ଅଘୋଷିତ ବିଶ୍ଵକର୍ମାମାନେ ମଲେଣି

ନର୍କ କରି ସୁଜଳା ସୁଫଳା ବସ୍ତିକୁ

ତର୍କ କରି ଦେହଜଳା ବାହାଗିଳା ମସ୍ତିଷ୍କକୁ

ଟିଣ କରି ସାରିଲା ପରେ ବି

ଲେଶ ମାତ୍ର ନାହିଁ ଫରକ 

ବିନ୍ଦୁ ବିସର୍ଗ ପରାୟେ ଦିଶୁନି 

ଲାଜ ସରମର ଝଲକ 


ହାଏ ରେ ବିଧାତା !

ତୁ ଏ କି କଲୁ

ଜ୍ଞାନିଗୁଣି ହାତରେ ସମ୍ବିଧାନ ଧରେଇ

ମୁର୍ଖ ଅଜ୍ଞାନ ମାନଙ୍କୁ ଶାସନ ଗାଦି ଦେଲୁ

ଗଲି ବାଟ ଦେଖେଇ ଦେଲୁ

ଆଉ ଶେଷରେ ସର୍ବଶେଷରେ

କୁମ୍ଭୀର କାନ୍ଧଣାରେ ମିଛି ମିଛିକା ଲୁହ ଝରେଇ

ଅନନ୍ତ ଶୟନରେ ମିଟି ମିଟିକା ଶୋଇଲୁ


ଦେଶ ଆମର ଭାସିଗଲା 

ଜାତୀୟ ପତାକା ଉଡ଼େ ଫରଫର

ମୁର୍ଖ ଟାଉଟର ନେତା ମାନେ ସର୍ବଦଳୀୟ

ବୈଠକ ପରେ ବୈଠକ ଇସ୍ତାହାର ।


Rate this content
Log in

Similar oriya poem from Fantasy