STORYMIRROR

Sunanda Mohanty

Classics Others

2  

Sunanda Mohanty

Classics Others

ହଜାରେ ପ୍ରଶ୍ନ ଉଙ୍କିମାରେ

ହଜାରେ ପ୍ରଶ୍ନ ଉଙ୍କିମାରେ

1 min
26


ଏ କେମିତି ହେଲା ହାଏ 

କଳାଜହ୍ନ ମନ କାଇଁ ଶୁଖାଏ 

ରଥ ଗଡିବନି କାଇଁ କେ କହେ 

କରି କରାଉଥାଅ ହରି, 

ତମେ ଯଦି ଏତେ ସରି 

କେମିତି ବୁଝିବ ଏ ଭକତ ଛାର 

ଅଦିନ ବତାସ ଅଦିନ ବାରିଦ

ଅଦିନ ବୈଶାଖୀ ଅଦିନ ଭୈରବୀ 

କାହିଁକି ବିତୃଷ୍ଣା କର ଲୋକହସା 

ତୁମ ବଡ଼ପଣ ହୁଅ ନିଦାରୁଣ 

ବାରମାସେ ତେରଯାତ୍ରା କାଇଁ କଟକଣା 

ତୁମକୁ ପ୍ରଶ୍ନ ହଜାରେ ସାଆନ୍ତ

ରୁହନା ନିରୁତ୍ତର କୁହ ସେକଥା ସ୍ୱତନ୍ତ୍ର 

ରହିଥାଅ ପଛେ ହୋଇକି ଏକାନ୍ତ 

ଲାଗୁଛି ବିଚିତ୍ର ବୈଚିତ୍ର ଜଗତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics