STORYMIRROR

Geetanjali Prusty

Children

4  

Geetanjali Prusty

Children

ହେବା ଆମେ ସୁନା ପିଲା

ହେବା ଆମେ ସୁନା ପିଲା

1 min
407


ଆସ ପିଲାମାନେ ଟିକି କଳିକା

ଖେଳି ବୁଲି ଗାଇ ଭଳି ଭଳିକା

ହେବା ଆମେ ସୁନା ପିଲା

ବହି ସଙ୍ଗେ ଯୋଡ଼ି ବନ୍ଧୁତ୍ୱ ପ୍ରେମ

ଲାଗିପଡ଼ି ଆସ କରିବା କର୍ମ

ଆଳସ୍ୟେ ପକାଇ ତାଲା ll


ଗୁରୁଜନଙ୍କର ଆଶିଷ ନେବା

ଦୁଃସ୍ଥ ଜନତାର ସେଵା କରିବା

କର୍ତ୍ତବ୍ୟକୁ କରି ବନ୍ଧୁ

ଆସିଲେ ଜୀବନେ ବିପଦ ଝଡ଼

ଠାକୁରଙ୍କୁ ଡାକି ଜିଣିବା ଗଡ଼

ଲଙ୍ଘି ଯିବା ସାତ ସିନ୍ଧୁ ll


ପିତା ମାତା ଗୁରୁ ଶ୍ରେଷ୍ଠ ଶବଦ

ବିଦ୍ୟା ଆମ ପାଇଁ ଶ୍ରେଷ୍ଠ ସମ୍ପଦ

ନକରିବା ଆମେ ହେଳା

ମନ ଧ୍ୟାନ ଦେଇ କରିବା ଯତ୍ନ

ମର୍ତ୍ତ୍ୟେ ସରଜିବା ଅମୂଲ୍ୟ ରତ୍ନ

ନହେଲେ ବୁଡିବ ଭେଳା ll


ନିଷ୍ଠା ଭକ୍ତି ପ୍ରେମ ବଳେ ଆମର

ସାହା ହେବେ ପ୍ରଭୁ ପରମେଶ୍ୱର

ସଂସାରେ ହୋଇବା ସାର

ମନେ ନରଖିବା ପାପ ଭାବନା

ଉଡାଇବା ଆମେ ବିଜୟ ବାନା

ହେବା ମର୍ତ୍ତ୍ୟେ ଆଗୁସାର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children