STORYMIRROR

Manisha Mishra

Abstract Others

2  

Manisha Mishra

Abstract Others

ହେବ କି ପ୍ରେମ

ହେବ କି ପ୍ରେମ

1 min
13.6K


ବିଦ୍ରୋହରେ ନାଚି ଉଠିଲା ତା’ କୋମଳ ମନଟି

ଯେବେ ମା’ ବାପା କହିଲେ,

ଖୁବ ଭଲ ଘରର ପ୍ରସ୍ତାବଟେ

ଆସିଛି ତୋ’ ପାଇଁ ଧନ!

 

ବିବାହର ସପ୍ନ ତ ସାଜିଥିଲା ସେ ପିଲାଟି ଦିନରୁ

ହେଲେ ନଥିଲା କେବେ

ଏଇ ପରି ଏକ ଆଶା

ମନରେ ଥିଲା ପ୍ରଥମରୁ

ପ୍ରେମ ବିବାହର ନିଶା !

 

କିପରି ରହିବ ସେ ଅଜଣା ଲୋକଟି ପାଖେରେ

ବାଣ୍ଟି ପାରିବ କି ଜୀବନର ସବୁ ଦୁଃଖ, ସୁଖ

ବିନା ସଂକୋଚେ?

ଦେଖିନି, ଜାଣିନି, ଚିହିଁନି ତାକୁ ସେ

ପସନ୍ଦ, ଅପସନ୍ଦ ତା'ର

କିଛି ଭାବି ପାରୁନି ବି ମନ

ଆଉ ରହିବ ତା’ ସହିତ ସେ ସାରା ଜୀବନ !

ପାଇ ପାରିବ କି ଭଲ ତାକୁ

ସେ କେବେ ବି ସତରେ?

 

ଶାହରୁଖ କହିଥିଲେ ଡି.ଡ଼ି.ଲ.ଯେ ରେ

ଅଜଣା ମଣିଷ ସହିତ ପ୍ରେମ ସବୁଠୁ ଆଶ୍ଚର୍ଯ୍ୟ

ଏକଦମ ଅସମ୍ଭବ

ଅସାଧାରଣ...

ତାଙ୍କ କଳ୍ପନା ବାହାରେ...

ସେଇ ବିଶ୍ୱାସକୁ କରିଥିଲା ଗଣ୍ଠି

ହେଲେ ଆଜି ଭାବୁଛି 

ସେସବୁ ଥିଲା ସତରେ କି ମିଛ!

 

ଭାବିଥିଲା ସେ ଦେଖା ହେବେ

କେଉଁ ପାର୍ଟି କି ପାର୍କ...

ଅବା ଜିମ୍ ରେ

 

ମିଳି ଯିବେ ଅବା

ନନ୍ଦନକାନନର ଫୁଲ ବଗିଚାରେ

ସିନେମା ହଲର ପପକର୍ଣ-କାଉଣ୍ଟର ରେ...

କିଛି ନ ହେଲେ ନିଶ୍ଚୟ କେବେ

ଅନଲାଇନ ଚ୍ୟାଟ୍ଟିଙ୍ଗରେ... !

 

କିନ୍ତୁ ହେଲାନି ତ କିଛି ବି ସେମିତି

ପ୍ରେମ କ'ଣ ସତେରେ ହୁଏନି ଏପରି?

ରହି ଯିବା କି ପ୍ରେମ କରିବାର ଆଶା ତା'ର

ଗୋଟିଏ ମାୟାଜାଲ ସ୍ଵପ୍ନ ପରି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract